ଓଡିଶା

ରାଜ୍ୟକୁ ବିଳମ୍ୱରେ ପହଞ୍ଚିବ ମୌସୁମୀ !

(ଭୁବନେଶ୍ୱର) : ରାଜ୍ୟକୁ ବିଳମ୍ୱରେ ପହଞ୍ଚିବ ମୌସୁମୀ । ମୌସୁମୀ ଆସିଲେ ବି କେଉଁଠି ହାଲୁକା ଆଉ କେଉଁଠି ମଧ୍ୟମ ଧରଣର ବର୍ଷା ହେବ । ଭାରୀ ବର୍ଷାର ସମ୍ଭାବନା ନାହିଁ । ୧୩ ତାରିଖରୁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ । ଏହାର ପ୍ରଭାବରେ ଦିନ ତାପମାତ୍ରା କମିବ । ୧୦ରୁ ପଶ୍ଚିମ ଓଡ଼ିଶାରେ ତାତି କମିବ । ପାଣିପାଗ ବିଶେଷଜ୍ଞ ଏହି ସୂଚନା ଦେଇଛନ୍ତି ।

ଏବର୍ଷ ରାଜ୍ୟରେ ବିଳମ୍ବରେ ମୌସୁମୀ ପହଞ୍ଚିବ । ଆସନ୍ତା ୫ ଦିନ ଯାଏ ପାଗ ଶୁଖିଲା ରହିବ । ୧୬ ଓ ୧୭ରେ କେତେକ ସ୍ଥାନରେ ମୌସୁମୀ ଛୁଇଁବା ସମ୍ଭାବନା ଅଛି । କିନ୍ତୁ ସ୍ୱାଭାବିକ ବର୍ଷା ହେବନି । କେଉଁଠି ହାଲୁକା ଆଉ କେଉଁଠି ମଧ୍ୟମ ବର୍ଷା ହେବ । ଆଭ୍ୟନ୍ତରୀଣ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା,ମାଲକାନଗିରି, ଫୁଲବାଣୀ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ହାରାହାରି ୫୦ମିଲିମିଟର ବର୍ଷା ହେବ ।

୧୮ରୁ ୨୧ ଭିତରେ ବର୍ଷା ବଢ଼ିବ । କିନ୍ତୁ ମୌସୁମୀ ସ୍ୱାଭାବିକକୁ ଫେରିବନି । ଜୁନ୍‌ ମାସର ମୌସୁମୀ ବର୍ଷା ନିଅଣ୍ଟିଆ ରହିବ ବୋଲି ସେ କହିଛନ୍ତି । ବଙ୍ଗୋପସାଗରର ପୂର୍ବ ଉପକୂଳରେ ମୌସୁମୀ ସକ୍ରିୟ ଅଛି । କିନ୍ତୁ ପଶ୍ଚିମରେ ଆଦୌ ସକ୍ରିୟ ନାହିଁ । ଏଥିପାଇଁ ତାମିଲନାଡୁରୁ ପଶ୍ଚିମବଙ୍ଗ ଯାଏ ଭାରତର ପୂର୍ବ ଉପକୂଳରେ ପାଗ ଶୁଖିଲା ରହିଛି । ତେବେ ଜୁନ୍‌ରେ ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ଅଧିକ ବର୍ଷା ହେବ । ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶରେ ଜୁନ୍‌ ତୃତୀୟ ସପ୍ତାହରେ ମୌସୁମୀ ଛୁଇଁବା ସହ ଭାରୀ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

Related posts

ବଢୁଛି ହାତୀପଲଙ୍କ ଉପଦ୍ରଵ ,ଫସଲ ନଷ୍ଟ ସହ ଭାଙ୍ଗିଲେ ଘର  

mahabharatanews

ଅଭିନେତ୍ରୀ ପ୍ରକୃତି ମିଶ୍ର କରିଛନ୍ତି ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା

mahabharatanews

ଚନ୍ଦ୍ରପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରଘୁନାଥ ଗମାଙ୍ଗ

mahabharatanews