ଓଡିଶା

ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଘ ପକ୍ଷରୁ”ବୀର ସଲେ”କାର୍ୟ୍ୟକ୍ରମ

(ସତ୍ୟନାରାୟଣ ପାଲ/ମହାଭାରତ) ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ ହଳଦା ଆମ୍ବବାଗାନ ଠାରେ ମୟୁରଭଞ୍ଜ ଆଦିବାସୀ ଛାତ୍ର ସଂଘ ପକ୍ଷରୁ”ବୀର ସଲେ”କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମାସାର ରାଜ୍ୟ ସଭାପତି ଶୁକଲାଲ ମାର୍ଣ୍ଡି, ଡା:ଦେବେନ୍ଦ୍ର ଟୁଡୁ, ମାସାର ପୂର୍ବତନ ସଭାପତି ଗୋବିନ୍ଦ ସରେନ, ଆସେକାର ସାଧାରଣ ସମ୍ପାଦକ ଜିତେନ ହାସଦା, ମାନସିଂ ଟୁଡୁ, ସୁଦାମ ମାଝୀ, ବିଭୁତି ଭୁସଣ ପାଣିଗ୍ରାହୀ, ଶଙ୍କର୍ଷଣ ମୁର୍ମୁ ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଅନୁଷ୍ଠିତ ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଉନ୍ନତଧରଣର ପାଠପଢିବେ ଏବଂ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇବେ ସେ ବିଷୟରେ ଆଲୋଚନା ହୋଇଥିଲା।ସଭାପତି ଗୋବିନ୍ଦ ସରେନ ଧନ୍ୟବାଦ ଅର୍ପଣ କରିଥିଲେ।ସଂଘର ସଭାପତି ଗୋବିନ୍ଦ ମାରାଣ୍ଡି ଏବଂ ସମ୍ପାଦକ ଆଲହାନ ବେଶରାଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଦସ୍ୟ ରାମ, ସିଦମ, ସାଉନା, ମାନୁ, ବାପୁନ, ଚୁନକା, ପିରୁ, ସିଙ୍ଗରାଇ, ବିଷ୍ଣୁ, ଶଙ୍କର, ଫୁଲ, ସୁବାସୀନୀ,ସୁଭଦ୍ରା, ମାଳତୀ, ମାନିକା, ସୁନିତା, ସେବୀ, ଦେବସ୍ମିତା, ବିପସ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Related posts

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

mahabharatanews

ଜରୁରୀକାଳୀନ ଅବତରଣ କଲା ଭୁବନେଶ୍ୱର-ଦିଲ୍ଲୀ ବିମାନ 

mahabharatanews

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସୁଭଦ୍ରା ଶକ୍ତି ମେଳା

mahabharatanews