ଓଡିଶା

ଯୁକ୍ତ ଦୁଇ ପରୀକ୍ଷା: ଲାଗିବ ସିସିଟିଭି ସହ ଲାଇଭ୍ ଷ୍ଟ୍ରିମିଂ

(ଭୁବନେଶ୍ୱର) :  ଯୁକ୍ତ ଦୁଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି ଏବଂ ହେବ ଲାଇଭ୍ ଷ୍ଟ୍ରିମିଂ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏପରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ 2 କଲେଜ)ର ଭିତ୍ତିଭୂମି ସୁଦୃଢ଼ ନ ଥିଲେ ସେଠାରେ ଏଥର ପରୀକ୍ଷା କେନ୍ଦ୍ର ହେବ ନାହିଁ ବୋଲି ସୂଚନ ମିଳିଛି ।

ସୂଚନାନୁଯାୟୀ ,  ପରୀକ୍ଷାକୁ ନଜରରେ ରଖି ଆସନ୍ତା ୧୫ତାରିଖ ସୁଦ୍ଧା ସମସ୍ତ କଲେଜ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରାଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ମଧ୍ୟରେ ଜାନୁଆରୀରେ ଯୁକ୍ତ ୨ପ୍ରାକ୍ଟିକାଲ ପରୀକ୍ଷା ହେବ । ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯେଉଁ ପୂର୍ବ ବର୍ଷଗୁଡ଼ିକରେ କେତେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିଲେ ମଧ୍ୟ ତାହା ଅଚଳ ହୋଇଯାଇଥିବା ନଜରକୁ ଆସିଛି । ତେଣୁ ପରୀକ୍ଷା ପୂର୍ବରୁ ସିସିଟିଭି ସଜାଡ଼ିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଓ ଫେବୃୟାରୀ ୧୪ରୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ହେବ । ଆଉ ପରୀକ୍ଷା ଫଳ ଏପ୍ରିଲ ଶେଷ ସପ୍ତାହ ଅବା ମେ’ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ଜାରି ବାର୍ଷିକ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି ।

Related posts

୨୯ ଯାଏଁ ରାଜ୍ୟରେ କୋହଳ ପାଗ 

mahabharatanews

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ

mahabharatanews

ବାୟୁ ପ୍ରଦୂଷଣରେ ରାଜଧାନୀ ଦିଲ୍ଲୀକୁ ଟପିଲା ଓଡିଶାର ବାଲେଶ୍ୱର ଜିଲ୍ଲା

mahabharatanews