ଓଡିଶା

ଯୁବ ଆଇନଜୀବୀଙ୍କ ଅକାଳ ବିୟୋଗ; ବିଭିନ୍ନ ମହଲରେ ଶୋକ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମପଞ୍ଚାୟତ ନରୁଆ ଗ୍ରାମର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଯୁବ ଆଇନଜୀବୀ ତାପସ ରଂଜନ ମହାନ୍ତିଙ୍କର ଅକାଳ ବିୟୋଗ ଘଟିଯାଇଛି । ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ନରୁଆ ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ମନ୍ମଥନାଥ ମହାନ୍ତିଙ୍କ ପୁତ୍ର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଯୁବ ଆଇନଜୀବୀ ତାପସ ରଂଜନ ମହାନ୍ତି (୪୧) ଗତ କିଛି ଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ କିମସରେ ଚିକିତ୍ସାଧୀନ ଥିଲେ । ରବିବାର ରାତ୍ରରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ତାଙ୍କର ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନରୁଆ ଗ୍ରାମକୁ ଅଣାଯାଇ ଶୋକାକୂଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ଦାହ କରାଯାଇଥିଲା । ଶବସତ୍କାର ବେଳେ ତାଙ୍କର ଭିଣୋଇ ତଥା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ପ୍ରଦିପ୍ତ କୁମାର ଦାସ ,ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସର ପ୍ରାକ୍ତନ ସଭାପତି ଦିଲ୍ଲୀପ କୁମାର ରାଉତ, ଯୁବନେତା ଅମୀୟ ବିଶ୍ୱାଳ, ସଞ୍ଜୟ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ତାଙ୍କର ସମ୍ପର୍କୀୟ ଭାଇ ରଜତ ମୁଖାଗ୍ନୀ ଦେଇଥିଲେ ।

Related posts

କେନ୍ଦ୍ରାପଡାରେ ୮ କୋରୋନା ସନ୍ଦିଗ୍ଧ

mahabharatanews

ମହୁ ମାଛି ଆକ୍ରମଣରେ ଜଣେ ମୃତ, ଦୁଇ ଆହତ

mahabharatanews

୩୭ ଗୋଟି ପରିବାରଙ୍କୁ ଶୀତବସ୍ତ୍ର ବଣ୍ଟନ କଲା ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ

mahabharatanews