ଓଡିଶା

ଯୁବ ଆଇନଜୀବୀଙ୍କ ଅକାଳ ବିୟୋଗ; ବିଭିନ୍ନ ମହଲରେ ଶୋକ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମପଞ୍ଚାୟତ ନରୁଆ ଗ୍ରାମର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଯୁବ ଆଇନଜୀବୀ ତାପସ ରଂଜନ ମହାନ୍ତିଙ୍କର ଅକାଳ ବିୟୋଗ ଘଟିଯାଇଛି । ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ନରୁଆ ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ମନ୍ମଥନାଥ ମହାନ୍ତିଙ୍କ ପୁତ୍ର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଯୁବ ଆଇନଜୀବୀ ତାପସ ରଂଜନ ମହାନ୍ତି (୪୧) ଗତ କିଛି ଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ କିମସରେ ଚିକିତ୍ସାଧୀନ ଥିଲେ । ରବିବାର ରାତ୍ରରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ତାଙ୍କର ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନରୁଆ ଗ୍ରାମକୁ ଅଣାଯାଇ ଶୋକାକୂଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ଦାହ କରାଯାଇଥିଲା । ଶବସତ୍କାର ବେଳେ ତାଙ୍କର ଭିଣୋଇ ତଥା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ପ୍ରଦିପ୍ତ କୁମାର ଦାସ ,ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସର ପ୍ରାକ୍ତନ ସଭାପତି ଦିଲ୍ଲୀପ କୁମାର ରାଉତ, ଯୁବନେତା ଅମୀୟ ବିଶ୍ୱାଳ, ସଞ୍ଜୟ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ତାଙ୍କର ସମ୍ପର୍କୀୟ ଭାଇ ରଜତ ମୁଖାଗ୍ନୀ ଦେଇଥିଲେ ।

Related posts

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିବେ ନୂଆ ଚେହେରା!

mahabharatanews

ଆଉ ଏକ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଉଦ୍ଘାଟିତ

mahabharatanews

ମୋସଭର୍ୟା ଠିକାସଂସ୍ଥାର ମନମାନି, ସ୍ଥାନୀୟ ଯୁବକଙ୍କୁ ମିଳୁନି ନିଯୁକ୍ତି

mahabharatanews