ମନୋରଞ୍ଜନ

 ରଣବୀରଙ୍କ ଫିଲ୍ମ ‘ଆନିମଲ’: ଅଗ୍ରିମ ୧ ଲକ୍ଷ ଟିକଟ ବୁକିଂ

(ମୁମ୍ବାଇ) :  ରଣବୀର କପୁରଙ୍କ ଅଭିନୀତ ଆନିମଲ ରିଲିଜ ପୂର୍ବରୁ କ୍ରେଜ ଦେଖିବାକୁ ମିଳିଛି  ।  ସିନେମା ପରଦାକୁ ଆସିବା ପୂର୍ବରୁ ମଲ୍ଟିପ୍ଲେକ୍ସରେ ପ୍ରଥମ ଦିନ ପାଇଁ ୧ ଲକ୍ଷ ଟିକଟ ଅଗ୍ରିମ ବୁକିଂ ହୋଇଛି। ପିଭିଆର ଆଇନକ୍ସରେ ୮୧ ହଜାର, ସିନେପଲିସ୍‌ରେ ୧୯ ହଜାର ଟିକଟକୁ ମିଶାଇଲେ ମୋଟ ୧ ଲକ୍ଷ ଟିକଟ ବିକ୍ରି ହୋଇଛି। ଆସନ୍ତା ମାସ ୧ ତାରିଖରେ ପରଦାକୁ ଆସିବ। ଏହା ହିନ୍ଦୀ ସମେତ ତେଲୁଗୁ ଓ ତାମିଲ ଭାଷାରେ ପ୍ରଦର୍ଶିତ ହେବ।

ସୂଚନାନୁଯାୟୀ , ଭାରତରେ ସବୁ ଥିଏଟର ଓ ଭାଷାରେ ସିନେମା ପାଇଁ ୬ କୋଟି ଟଙ୍କାରୁ ଅଧିକ ଅଗ୍ରିମ ବୁକିଂ ହୋଇଛି। ପ୍ରଥମ ଦିନ ପାଇଁ ହିନ୍ଦୀ ଭର୍ସନ ସିନେମାରେ ଅଗ୍ରିମ ଟିକଟ ବାବଦରେ ୫.୮୭ କୋଟି ଟଙ୍କା ଆଦାୟ ହୋଇଛି। ଏଥିରେ ୧.୭୬ ଲକ୍ଷ ଟିକଟ ବିକ୍ରି ହୋଇଛି। ଆନିମଲ୍‌ ସିନେମାରେ ରଣବୀର କପୁରଙ୍କ ସ‌ହ ଅନୀଲ କପୁର, ବବି ଦେଓଲ, ରଶ୍ମିକା ମନ୍ଦାନା ଏବଂ ତୃପ୍ତି ଡିମ୍ରି ଆଦି ଅଭିନୟ କରିଛନ୍ତି।

Related posts

ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ

mahabharatanews

ନିଜର ୧କୋଟି ଟଙ୍କାକୁ ଦାନ କରି ଚର୍ଚ୍ଚାରେ  ମହେଶ ବାବୁଙ୍କ ଝିଅ

mahabharatanews

ହାଇ-ହିଲ୍ସ ପିନ୍ଧି ପଡିଗଲେ ଉର୍ଫି ଭାଇରଲ ହେଲା ଭିଡିଓ

mahabharatanews