ଓଡିଶା

ରଥକୁ ନେଇ ମେ ୩ ପରେ ନିଷ୍ପତ୍ତି: ଗଜପତି ମହାରାଜା

ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏପରି ସମୟରେ ଗତକାଲିଠାରୁ ଘନଘନ ବୈଠକ ବସୁଛି । ତେବେ ଆଜି ଗଜପତି ମାହାରାଜା କହିଛନ୍ତି ରଥଯାତ୍ରା ସଂପର୍କିତ ନିଷ୍ପତ୍ତି ମେ’ ୩ ତାରିଖ ପରେ ନିଆଯିବ । ଯେହେତୁ ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଜୁନ୍ ମାସରେ ପଡ଼ୁଛି ତେଣୁ ମେ ୩ ତାରିଖରେ ଲକଡାଉନ୍ ଅବଧି ସରିବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂତନ ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ମେ’ ମାସ ୩ ତାରିଖରେ ଯେଉଁ ନିଷ୍ପତ୍ତି ଆସିବ, ଏଥିରେ ଦେବନୀତି ଉପରେ ଯେପରି କୌଣସି ପ୍ରଭାବ ନ ପଡ଼ିବ ଏଥି ପ୍ରତି ଗୁରୁତ୍ୱ ଦିଆଯାଉ ବୋଲି ପରିଚାଳନା କମିଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ନିବେଦନ କରିଛି । ଅନ୍ୟପଟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ଜୀବନକୁ ବିପଦରେ ନପକାଇ କୋଭିଡ-୧୯ର କୌଣସି ନିୟମ ଉଲଂଘନ ନ କରି ରଥାଯାତ୍ରା କରିହେବ କି ନାହିଁ, ତାହା ସରକାର ବିବେଚନା କରିବେ । ମେ’ ୩ ତାରିଖ ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯାହା ଗାଇଡଲାଇନ ଦେବେ ସେହି ହିସାବରେ ନୂତନ କାର୍ୟ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଗଜପତି ମହାରାଜା କହିଛନ୍ତି ।

Related posts

ଦିନ ରାତି ଲୋକଙ୍କ ସେବାରେ ଲାଗିଛନ୍ତି ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ

mahabharatanews

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ମରାମତିରେ ଖର୍ଚ୍ଚ ୩ କୋଟି ୩୯ ଲକ୍ଷ ଟଙ୍କା

mahabharatanews

ଉତ୍ତର ଓଡିଶାର ଟାଣୁଆ ନେତା ମଦନ ମୋହନଙ୍କ ପରଲୋକ

mahabharatanews