(ଦୀପକ ମିଶ୍ର/ଉଦଳା):ମଙ୍ଗଳବାର କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସାରା ଓଡ଼ିଶାରେ ଏବର୍ଷ ପାଇଁ ଏହାର ଆୟୋଜନକୁ ବନ୍ଦ କରାଯାଇଛି । ତେବେ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ସ୍ଥିତ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କର ନୀତି କାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଉଯାଇଛି । କରୋନା କଟକଣା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି । ରଥ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ମନ୍ଦିରର ମୁଖ୍ୟ ପୂଜକ ରତିକାନ୍ତ ଦାସ ତିନି ଠାକୁରଙ୍କ ପୂଜାର୍ଚ୍ଚନା କରିଛନ୍ତି । ସୂଚନା ଅନୁଯାୟୀ ପ୍ରତିବର୍ଷ ଉଦଳା ରଥ ଯାତ୍ରାର ପ୍ରଥମ ଦିନ ମହିଳା ଭକ୍ତ ମାନେ ରଥ ଟାଣିଥିବାବେଳେ ଦ୍ୱିତୀୟ ଦିନ ସମସ୍ତ ଭକ୍ତ ରଥ ଟାଣି ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥାନ୍ତି । ଏବର୍ଷ ରଥ ଟଣା ହେଉ ନଥିବାରୁ ଏଠାରେ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
previous post
