ଓଡିଶା

ଆଜି ୧୧ଟାରେ ଓଜେଇଇ ରେଜଲ୍ଟ

(ଭୁବନେଶ୍ୱର) : ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ । ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ ।

ସୂଚନାନୁଯାୟୀ ,   ଏହାପରେ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ସମ୍ପର୍କରେ ଜାଣିପାରିବେ। ଏସ୍‌ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

Related posts

ଅଗରନାସୀ ସମୁଦ୍ରରେ ବିରାଟକାୟ ତିମିର ମୃତଦେହ ଭାସୁଛି

mahabharatanews

ଶିମିଳିପାଳର ୩୫ ସ୍ଥାନରେ ଜଳୁଛି ନିଆଁ

mahabharatanews

ଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଓଡ଼ିଆ ଝିଅଙ୍କ କମାଲ୍

mahabharatanews