(ଭୁବନରଶ୍ୱର) ; ରାଜଧାନୀ ରାଜରାସ୍ତାରେ ପୁଣି ଆତଙ୍କ । ରାସ୍ତାରେ ଚାଲି ଚାଲି ଯାଉଥିବା ୩ ଜଣ ଯୁବକଙ୍କୁ ମରଣାନ୍ତଙ୍କ ଆକ୍ରମଣ । ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ସାଳିଆ ସାହିର ସନ୍ତୋଷ, ଟିକି ଓ ସୁରେଶ ଚାଲି ଚାଲି ଯାଉଥିଲେ ।ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ଜଭିଆର ଛକରେ ପଛରୁ ଏକ ବାଇକରେ ତିନି ଯୁବକ ଆସି ଏହି ଯୁବକ ମାନଙ୍କୁ ସାଇଡ ମାରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏହାପରେ ସେଠାରେ ଏକ ନାଲି କାରରେ କିଛି ଯୁବକ ପହଂଚି ହକି ଷ୍ଟିକ ମାଡ ମାରି ୩ଜଣଙ୍କୁ ନିର୍ଦ୍ଦୁମ ପିଟିଥିଲେ । ତେବେ ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚିବା ବେଳକୁ ଉତପାତ କରୁଥିବା ଯୁବକମାନେ ସେଠାରୁ ଫେରାର ହୋଇଯାଇଥିଲେ । କିନ୍ତୁ ସେମାନେ ଛାଡିଯାଇଥିବା ଏକ ବାଇକକୁ ଜବତ କରିଛି ପୋଲିସ । ଗୁରୁତର ଅବସ୍ଥାରେ ତିନି ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
previous post