ଅପରାଧଓଡିଶା

ରାଜଧାନୀରେ ମାଳମାଳ ଚୋରା ଫୋନ ଦଲାଲ

(ମହାଭାରତ): ଦାମୀ ମୋବାଇଲ ଆପଣ କମ୍ ଦାମରେ ଖୋଜୁଛନ୍ତି କି? ଯଦି ହଁ ଆପଣଙ୍କୁ ରାଜଧାନୀର କେନ୍ଦ୍ରବିନ୍ଦୁ ବୋଲାଉଥିବା ସହିଦନଗର ଅଞ୍ଚଳରେ ଏହି ଚୋରା ଦାମି ମୋବାଇଲ ଏବେ କମ ଦାମରେ ମଳିଯିବ । ଏହି ଅଞ୍ଚଳରେ ଥିବା କିଛି ନାମିଦାମୀ ମୋବାଇଲ ଦୋକାନୀମାନେ ଏହି କାରବାର କରି ଏବେ ବେଶ ଲାଭବାନ ହେଉଛନ୍ତି । ଏମିତିକି ଏହି କାମରେ ସେମାନେ ପୁଲିସମାନଙ୍କୁ ମୋଟା ଅଙ୍କର ଟଙ୍କା ଦେଉଥିବା ମଧ୍ୟ ଜଣାପଡିଛି । ସିଧାସଳଖ ଚୋରି ହେଉଥିବା ମୋବାଇଲକୁ ଚୋରମାନଙ୍କ ପାଖରୁ ଅଳ୍ପ କିଛି ଟଙ୍କାରେ ଆଣି ତାକୁ ଭଲଭାବେ ପ୍ୟାକିଂ କରି ଏହି ବ୍ୟବସାୟୀମାନେ ତାକୁ ସାଧାରଣ ଲୋକଙ୍କୁୂ ବିକୁଛନ୍ତି । ପୁଲିସକୁ ମୋଟା ଅଙ୍କର ଟଙ୍କା ମିଳୁଥିବାରୁ ପୁଲିସ ପକ୍ଷରୁ ସେମାନଙ୍କୁ କିଛି ବିପଦ ନଥିବା ସାଧାରଣରେ ଚର୍ଚ୍ଚା ହେଉଛିି । ଏହି ବ୍ୟବସାୟରେ ଭୁବନେଶ୍ୱରର ଜଣେ ନାମିଦାମି ମୋବାଇଲ ଷ୍ଟୋର ମାଲିକଙ୍କ ସଂପୃକ୍ତି ଥିବା ଜଣାପଡିଛି । ଏହି ମାଲିକଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ଛକରେ ମୋବାଇଲ ଷ୍ଟୋରମାନ ରହିଛି । ଯେଉଁଥିରେ ଏହି ମାଲିକଙ୍କ ପ୍ରଲୋଚନାରେ ଚାଲିଛି ଚୋରା ମୋବାଇଲ କାରବାର । ସବୁଠାରୁ ବଡ କଥା ହେଉଛି, ଏହି ଘଟଣା ବିଷୟରେ ସହୀଦ ନଗର ଥାନା ପୁଲିସ ଅବଗତ ଥିଲେ ବି ମୋବାଇଲ ମାଲିକମାନଙ୍କ ବିରୋଧରେ କହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଗତ କିଛି ମାସ ପୂର୍ବରୁ ଏହି ମାଲିକ ଜଣକ ଚୋରା ମୋବାଇଲ କାରାବାର କରୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୁଲିସ ଏହି ମାଲିକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ଶେଷରେ ଏହି ମାଲିକ ଜଣକ ନିଜ ଦୋଷ ସ୍ୱୀକାର କରି ଚୋରା ମୋବାଇଲ ଦେଇଥିବା ବ୍ୟକ୍ତିଙ୍କୁ ଟଙ୍କା ଦେଇ କେସର ଆପୋଷ ବୁଝାମଣା କରି ଥାନାରୁ ମୁକୁଳିଥିଲେ । କୁକୁର ଲାଙ୍ଗୁଡ ବାର ବର୍ଷ ବଙ୍କା ଭଳି ସଦୃଶ୍ୟ କିଛି ଦିନର ବ୍ୟବଧାନ ପରେ ଏହି ମାଲିକ ଜଣକ ପୁଣି ନିଜର କଳାକାରନାମା ଆରମ୍ଭ କରିଥିଲେ । ମୋବାଇଲ ବିକ୍ରି କରୁଥିବା ବହାନାରେ ପୁଣି ବିକ୍ରି କରୁଛନ୍ତି ଚୋରା ମୋବାଇଲ । କରୋନା ମହାମାରି ସମୟରେ ଏହି ବାବୁ ଜଣକ ଚୋରା ମୋବାଇଲ ବିକ୍ରି କରି ମାଲାମଲ ହେଉଛନ୍ତି । କିନ୍ତୁ ପୁଲିସ ଏହି ବାବୁଙ୍କ ପାଖରେ ନିଷ୍କ୍ରୟି । ବାବୁଙ୍କ ପତିଆରା ଏହି ଅଞ୍ଚଳରେ ଏତେ ଯେ ସ୍ଥାନୀୟ ଅଞ୍ଚଳରେ ଯଦି କେହି ମୋବାଇଲ ଦୋକନଟିଏ ଖୋଲେ ତେବେ ତାକୁ ପ୍ରଥମେ ଚୋରା ମୋବାଇଲ ବିକ୍ରି କରିବାକୁ ପଡିବ । ନଚେତ୍ ଏହି ଅଞ୍ଚଳରେ ଦୋକାନ ଖୋଲି ପାରିବନାହିଁ । ଏମିତିକି ସହୀଦ ନଗର ଭଳି ଅଞ୍ଚଳରେ ଏହି ବାବୁଙ୍କର ଏକ ବିଳାସପୂର୍ଣ୍ଣ ଘର ରହିଛି । ଗୋଟେ ପଟେ ଲକଡାଉନରେ ଲୋକ ଖାଇବାକୁ ପାଉନାହାନ୍ତି । ଅନ୍ୟପଟେ ଏହି ଭଳି ଚୋରା ମୋବାଇଲ ଦଲାଲମାନେ ଚୋରି କରି ବିନ୍ଦାସରେ ଜୀବନ ବିତାଉଛନ୍ତି । ତେବେ ଦେଖିବାକୁ ରହିଲା ଏହି ବାବୁଙ୍କ ଚୋରା ଟଙ୍କା ଆଗରେ ପୁଲିସ କେତେଦିନ ଚୁପ ବସୁଛି ନା ଏହି ମୋବାଇଲ ଚୋର ଦଲାଲ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ।

Related posts

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଛୁରାମାଡ଼

mahabharatanews

ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ

mahabharatanews

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews