ଶିକ୍ଷା

ଦଶମ, ଦ୍ୱାଦଶ ଅବଶିଷ୍ଟ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରାଯାଇଛି । ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାକୁ ବାତିଲ କରାଯିବ ବୋଲି ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି। ଜୁଲାଇ ୧ରୁ ୧୫ ମଧ୍ୟରେ ଧାର୍ୟ୍ୟ ହୋଇଥିବା ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ସିବିଏସଇ ନେଇଥିବା ନିଷ୍ପତ୍ତି ବିଷୟରେ ସଲିସିଟର ଜେନେରାଲ୍ ତୁଷାର ମେହତା ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି । ସମଗ୍ର ଦେଶରେ କୋଭିଡ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସରକାରଙ୍କଠାରୁ ଜବାବ ମାଗିଥିଲେ। ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଅଦାଲତକଙ୍କୁ ଅବଗତ କରାଯାଇଥିଲା । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଆହୁରି କୋର୍ଟଙ୍କୁ ଜଣାଇଥିଲା କି ସିଆଇଏସସିଇ ଏହି ଆଦେଶକୁ ଅନୁସରଣ କରିବ ଏବଂ ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିବ ।
ପୂର୍ବରୁ ଅବଶିଷ୍ଟ ସିବିଏସଇ ପରୀକ୍ଷା ବାତିଲ କରିବା ନେଇ କିଛି ପରୀକ୍ଷାର୍ଥୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର କୋର୍ଟରେ ଏହାର ଶୁଣାଣି ହୋଇଥିଲା। ଏ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ମଗାଯିବା ସହ ଚୂଡ଼ାନ୍ତ ନିଷ୍ପତ୍ତି ଜୁନ୍ ୨୫ରେ ନିଆଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ ।

Related posts

ପ୍ରକାଶ ପାଇଲା ଓଜେଇ ପରୀକ୍ଷା ଫଳ

mahabharatanews

ଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ

mahabharatanews

ପରୀକ୍ଷାକୁ ନେଇ ୟୁଜିସିର ଗାଇଡଲାଇନ ଜାରି

mahabharatanews