ଖେଳଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ

କମନୱେଲଥ ଗେମ ୨୦୨୨ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ସାଇଖୋମ୍‌ ମୀରାବାଈ ଚାନୁ । ଭାରୋତ୍ତୋଳନର ୪୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଲେ ମୀରାବାଈ ଚାନୁ । ମିରାବାଈ ଚାନୁ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇ ଇତିହାସ ରଚିଛନ୍ତି । ମିରାବାଈ ୮୮ କିଲୋର ଓଜନ ଉଠାଇଥିଲେ । ୨୦୧୮ରେ ହୋଇଥିବା କମନୱେଲଥ ଗେମରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଥିଲେ ମୀରା । ଦିନେ ସେ ବଣ ଜଙ୍ଗଲରୁ କାଠ ଉଠାଉଥିଲେ। ଆଜି ବିଶ୍ବସ୍ତରରେ ଦେଶକୁ ଗର୍ବିତ କରୁଛନ୍ତି।
ଅନ୍ୟପଟେ ସାଇଖୋମ୍‌ ମୀରାବାଈ ଚାନୁ । ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ ପାଲଟିଛନ୍ତି । ସେ ଗତ ଟୋକିଓ ଅଲମ୍ପିକ୍ସରେ ମଧ୍ୟ ଭାରତ ପାଇଁ ଗର୍ବ ଆଉ ଗୌରବ ଆଣିଥିଲେ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଥିଲେ ସାଇଖୋମ୍‌ ମୀରାବାଈ ଚାନୁ । ସେ ନଙ୍ଗପୋକ୍‌ କାକ୍‌ଚିଂ, ଇମ୍ଫାଲ ଇଷ୍ଟ ମଣିପୁରର ଝିଅ । ଏବେ ତାଙ୍କୁ ବୟସ ପାଖାପାଖି ୨୮ ହେବ । ବୟସ ସିନା କମ୍‌ କିନ୍ତୁ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ । ଜାତୀୟ ରକେର୍ଡ ଠାରୁ ଆରମ୍ଭ କରି ତାଙ୍କ ନାଁରେ ରହିଛି ବିଶ୍ୱ ରେକର୍ଡ ।

Related posts

ପ୍ରକାଶ ପାଇଲା କଂଗ୍ରେସର ସପ୍ତମ ପ୍ରାର୍ଥୀ ତାଲିକା 

mahabharatanews

କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୭୨୨କୁ ବୃଦ୍ଧି

mahabharatanews

କୋର୍ଟରେ ହାଜର ହେବାକୁ ବାବା ରାମଦେବଙ୍କୁ ନିର୍ଦ୍ଦେଶ

mahabharatanews