(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ ଆଉ ୫ କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଏହି ୫ କୋରୋନା ଆକ୍ରାନ୍ତଙ୍କୁ ମିଶାଇ ୭୯ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ସବୁ ବାଲେଶ୍ୱର ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତକାଲି ୧୩ଟି ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୫ଟି ପଜେଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡୁଥିବା ବେଳେ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦେଶରେ ୧୭୦ଟି ହଟସ୍ପଟ ଜିଲ୍ଲା ଚିହ୍ନଟ କରାଯାଇଥିବା ବେଳେ ରାଜ୍ୟରେ ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲା ହଟସ୍ପଟରେ ଯାଉଥିବା ସୂଚନା ଦିଆଯାଇଛି । ଆଜିର କୋରୋନା ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ୭୯ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । କେବଳ ରାଜଧାନୀ ଭୁବନେଶ୍ୱରରୁ ୪୬ଟି କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ତେବେ ମୋଟ ୭୯ଟି ପଜେଟିଭ ଚିହ୍ନଟ କରାଯାଇଥିବା ବେଳେ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତମାନ ସୁଦ୍ଧା ୫୪ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
previous post
