ଓଡିଶା

ରାଜ୍ୟରେ ଆଉ ୬୩୭ ସଂକ୍ରମିତ ଚିହ୍ନଟ ପରେ ମୋଟ ସଂଖ୍ୟା ୧୮ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୮୧୧୦ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୪୬ କ୍ବାରେଣ୍ଟାଇନ୍‌ର ଓ ୨୨୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟାର ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୩୯ଜଣ, ଅନୁଗୁଳ ଜିଲ୍ଲାରୁ ୪ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩ଜଣ, ବରଗଡ ଜିଲ୍ଲାରୁ ୨୨ଜଣ, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରୁ ୫୮ଜଣ ଲେଖା, କଟକ ଜିଲ୍ଲାରୁ ୩୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦ଜଣ, ଗଜପତି ଜିଲ୍ଲାରୁ ୨୫, ଜଗତସିଂହପୁର ଜିଲ୍ଲାରୁ ୩୬, ଯାଜପୁର ଜିଲ୍ଲାରୁ ୨୮ଜଣ, ଝାରସୁଗୁଡା ଜିଲ୍ଲାରୁ ୧୪ଜଣ, କନ୍ଧମାଳ ଜିଲ୍ଲାରୁ ୪୪ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ଜଣ, କୋରାପୁଟ ଜିଲ୍ଲାରୁ ୪୧ଜଣ, ମାଲକାନଗିରି ୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ, ନୟାଗଡ ଜିଲ୍ଲାରୁ ୪ଜଣ, ପୁରୀ ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୩ଜଣ, ସୋନପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧ଜଣ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫୩୩ ଟି ଆକ୍ଟିଭ୍‌ କେସ୍‌ ଓ ୧୨୪୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୯୩୬୦୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Related posts

ସେଲଫି ହେଲା କାଳ: କପିଳଧାରରୁ ଖସି ୨ ଯୁବକଙ୍କ ମୃତ୍ୟୁ

mahabharatanews

ଅମୃତ ଦାଶ ମୃତ୍ୟୁ ଘଟଣାର ତଦନ୍ତରେ ତତ୍ପରତା ଆଣିବାକୁ ଦାବି କରିଛନ୍ତି ତାଙ୍କ ମା ଓ ଭାଇ

mahabharatanews

ରାଜ୍ୟରେ ଆଉ ୧୬ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews