ଓଡିଶା

ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ ସ୍ୱାଇଁ ଗିରଫ

ଭୁବନେଶ୍ୱର: ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ ସ୍ୱାଇଁ ଗିରଫ ହୋଇଛନ୍ତି। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଏସ୍‌ଆଇ ସୁଶାନ୍ତ ସ୍ୱାଇଁ ଲାଞ୍ଚ ମାଗିଥିଲେ। ଆଜି ନାକା ଗେଟ୍ ପାଖରେ ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।ସୁଶାନ୍ତଙ୍କ ସହିତ ଚିରଞ୍ଜିବୀ ବଳ ନାମକ ଜଣେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଗିରଫ କରାଯାଇଛି। ଚିରଞ୍ଜିବୀ ଏତଲାକାରୀଙ୍କ ଠାରୁ ଲାଞ୍ଚ ନେଇ ସୁଶାନ୍ତଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଉଭୟଙ୍କୁ ଧରିଥିଲା।

ଭିଜିଲାନ୍ସ ପକ୍ଷରୁ ଏସ୍‌ଆଇ ସୁଶାନ୍ତ ସ୍ୱାଇଁଙ୍କୁ ପଚରାଉଚରା କରାଯାଉଛି। ପରବର୍ତ୍ତୀ ସମୟରେ ତାଙ୍କ ଘର ଓ ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରାଯାଇପାରେ ବୋଲି କୁହାଯାଉଛି। ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଛନ୍ତି ନା ନାହିଁ, ତାହା ଜାଣିବା ପାଇଁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇପାରେ ବୋଲି କୁହାଯାଉଛି।

Related posts

ପାର୍ଥ ମୋ ଘରକୁ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ: ଅର୍ପିତା

mahabharatanews

ଇନ୍ସୁରାନ୍ସ, ପରମିଟ ଓ ଫିଟନେସ କୁ ନେଇ ଜୋରଦାର ଧରପଗଡ଼…

mahabharatanews

କୋଣାର୍କ ଫେଷ୍ଟ ଓ ଆନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟ ବାତିଲ

mahabharatanews