ଓଡିଶା

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୫୨୭ ସଂକ୍ରମିତ ଚିହ୍ନଟ

 ଭୁବନେଶ୍ୱର: ଆଜି ଓଡିଶାରେ ପୁଣି ୫୨୭ କରୋନା ସଂକ୍ରମିତ ବାହାରିଛନ୍ତି । ଫଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଥିବା ବେଳେ ମୋଟ୍ ୬୭୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩୮୬୦ ସକ୍ରିୟ କରୋନା ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସଂକ୍ରମିତଙ୍କ ମଧ୍ୟରେ ୩୩୮ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ । ଆଜି ୨୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲାରୁ ୨୧୫ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ୱର ଜିଲ୍ଲାରୁ ୨୬, ବରଗଡ଼ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୨୧, କଟକ ଜିଲ୍ଲାରୁ ୧୭, ଢେଙ୍କାନାଳ ଜିଲ୍ଲାରୁ ୧, ଗଜପତି ଜିଲ୍ଲାରୁ ୩, ଜଗତସିଂହପୁର ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୨୫, ଝାରସୁଗୁଡ଼ା ଜିଲ୍ଲାରୁ ୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫, କେନ୍ଦୁଝର ଜିଲ୍ଲାରୁ ୭, ଖୋର୍ଦ୍ଧା ଜିଲ୍ଲାରୁ ୫୦, କୋରାପୁଟ ଜିଲ୍ଲାରୁ ୬, ମାଲକାନଗିରି ଜିଲ୍ଲାରୁ ୩, ମୟୂରଭଞ୍ଜ ଜିଲ୍ଲାରୁ ୧୦, ନବରଙ୍ଗପୁର ଜିଲ୍ଲାରୁ ୩, ନୟାଗଡ଼ ଜିଲ୍ଲାରୁ ୧୮, ନୂଆପଡ଼ ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୧୬, ରାୟଗଡ଼ା ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୧, ସୋନପୁର ଜିଲ୍ଲାରୁ ୫, ସୁନ୍ଦରଗଡ଼ ଜିଲ୍ଲାରୁ ୭୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Related posts

ଟ୍ରାକ୍ଟର ଓଲଟି ୨ ମୃତ, ୧ ଗୁରୁତର

mahabharatanews

କୃଷକଙ୍କ ଆୟବୃଦ୍ଧି ନିମନ୍ତେ ନାବାର୍ଡ଼ର ଗୋପାଳନ ସମ୍ବନ୍ଧୀୟ ତାଲିମ

mahabharatanews

୯୦ତମ ଶିବଜୟନ୍ତି ଉତ୍ସବ ଅନୁଷ୍ଠିତ

mahabharatanews