ଓଡିଶା

ରାଜ୍ୟରେ ୩ଟି ଜିଲ୍ଲା ପାଇଁ ଷ୍ଟେଡ୍ ରାପିଡ ରେସପନ୍ସ ଟିମ ଗଠିତ

(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ତିନୋଟି ଜିଲ୍ଲାରେ ଷ୍ଟେଡ ରାପିଡ ରେସପନ୍ସ ଟିମ ଗଠିତ । ଭଦ୍ରକ, ବାଲେଶ୍ୱର, ଏବଂ ଯାଜପୁର ଜିଲ୍ଲାରେ ଷ୍ଟେଡ ରାପିଟ ଟେଷ୍ଟ ପାଇଁ ଟିମ ଗଠନ କରାଯାଇଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁଚନାମୁତାବକ, ରାଜ୍ୟରେ କୋରୋନା ସଂକ୍ରମଣ ବଢୁଛି । ବିଶେଷ କରି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ସହ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ୩ଟି ଷ୍ଟେଡ୍ ରାପିଡ ରେସପନ୍ସ ଟିମ ଗଠନ କରିଛନ୍ତି । ଗତ ଦୁଇ ଦିନ ଭିତରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନିତ ଭାବେ ବୃଦ୍ଧି ପାଉଛି । ଯାହାକି ଏହି ଜିଲ୍ଲା ଗୁଡିିକରେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ପରିସ୍ଥିତିକୁ ଅନୁଧ୍ୟନ କରିବା ପାଇଁ ୩ଟି ଷ୍ଟେଡ ରାପିଡ ରେସପନ୍ସ ଟିମ ଗଠିତ ହୋଇଛି । ଏହି ଟିମ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଗସ୍ତ କରିବେ । ଏସସିବି ମେଡିକାଲରେ ଟେକନିକାଲ ଟିମ ଯାଜପୁର ଜିଲ୍ଲା ଗସ୍ତ କରିବେ । ଫକୀରମୋହୋନ ମେଡିକାଲ କଲେଜ ଟିମ ବାଲେଶ୍ୱର ଓ ଭଦ୍ରକ ଗସ୍ତ କରିବେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବାଲେଶ୍ୱର ଜିଲ୍ଲା ଓ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଭଦ୍ରକ ଜିଲ୍ଲା ଗସ୍ତ କରି ସ୍ଥିିତି ଅନୁଧ୍ୟାନ କରିବେ । ଏହାସହ ପରିବାର ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଯାଜପୁର ଜିଲ୍ଲା ଗସ୍ତରେ ଯିବେ । ମେଡିକାଲ କଲେଜ ବିଶେଷଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ବାଲେଶ୍ୱର , ଯାଜପୁର ଓ ଭଦ୍ରକ କଣ୍ଟେନମେଣ୍ଟ ଜୋନ ତଦାରଖ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ଦୁଇଟି ସ୍କୁଲରେ ୩୪ ପିଲା କୋରୋନାରେ ଆକ୍ରାନ୍ତ

mahabharatanews

ଦୁଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ଗୁରତର

mahabharatanews

ବଢୁଛି ତାତି 

mahabharatanews