ଓଡିଶା

କୂଆଖାଇ ନଦୀରେ ଭାସୁଛି ପଥର

(ମହାଭାରତ/ଭୁବନେଶ୍ୱର): ଭୁବନେଶ୍ୱର ବାରଙ୍ଗ କୂଆଖାଇ ନଦୀରେ ଭାସୁଛି ପଥର । କଥାଟା ଆପଣଙ୍କୁ ବିଶ୍ୱାନ ନ ହେଲେ ବି ଘଟଣାଟି ସତ୍ୟ । ନଦୀରେ ପଥରଟି ଭାସୁଥିବା ଅବସ୍ଥାରେ ଜଣେ ବ୍ୟକ୍ତି ଘରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ସୁଚନାଯୋଗ୍ୟ ଯେ, ଭୁବନେଶ୍ୱରର ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗ୍ରାମ ନିକଟସ୍ଥ କୂଆଖାଇ ନଦୀରେ ଏକ ପଥର ଭାସିଯାଇଥିବା ଦେଖିବାକୁ ପାଇଥିଲେ ସେହି ଗ୍ରାମର ନିର୍ମାଲ୍ୟ ଦାସ । ନିର୍ମାଲ୍ୟ କୂଆଖାଇ ନଦୀରେ ବନିସି ଖାଡି ପକାଉଥିବା ବେଳେ ଏକ ସୋଲ ଭଳି ପଥର ଭାସୁଥିବା ଦେଖିବାକୁ ପାଇଥିଲେ । ବନିସି ଖାଡିରେ ସେହ ପଥରଟିକୁ କୂଳକୁ ଆଣିଥିଲେ । ଆଉ ପାଣିରୁ ପଥରଟିକୁ ଉଠାଇବା ବେଳେ ବହୁତ ଓଜନ ଲାଗିଥିଲା । ସେ ପ୍ରଥମେ ଭୟବିତ ହୋଇଯାଇଥିଲେ । ପଥରଟିକୁ ଘରକୁ ନେଇଆସିଥିଲେ । ଘରେ ଏକ ବଡ କୂଣ୍ଡରେ ପାଣି ଭର୍ତି କରି ପଥରଟିକୁ ସେଥିରେ ପକାଇଥିଲେ ଯାହାକି ପଥରଟି ପାଣିରେ ବୁଡିବା ବଦଳରେ ଭାସି ଉଠିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ପରେ ଗ୍ରାମର ନିଷ୍ପତି ଅନୁସାରେ ପଥରଟିକୁ ପୁଜାର୍ଚ୍ଚନା କରାଯାଇଥିଲା ।

Related posts

ଲକ ଡାଉନରେ ମତ୍ସଜୀବୀ ପ୍ରଭାବିତ: ଭୋକ ଉପାସରେ କାଟୁଛନ୍ତି ଦିନ

mahabharatanews

ଗ୍ରୀଷ୍ମ ପାଇଁ ସ୍ୱତନ୍ତ୍ର ଟ୍ରେନ୍ 

mahabharatanews

ଅଚ୍ୟୁତ ସାମନ୍ତ: ସାରା ରାଜ୍ୟ ଯାହାଙ୍କ କର୍ମକ୍ଷେତ୍ର

mahabharatanews