ଅହମଦାବାଦ: କଂଗ୍ରେସ ବିଧାୟକ ନାଥ ପଟେଲ ଗୁରୁବାର ଗୁଜୁରାଟ ହାଇକୋର୍ଟଙ୍କ ନିକଟରେ ରାଜ୍ୟସଭା ନିର୍ବାଚନରେ ତାଙ୍କ ଭୋଟଦାନ ଅଧିକାର ସୁରକ୍ଷିତ ରଖିବା ଦାବି କରିଛନ୍ତି । ଆସନ୍ତା ୨୬ ତାରିଖରେ ଗୁଜୁରାଟର ଚାରୋଟି ଆସନକୁ ନେଇ ନିର୍ବାଚନ ହେବାକୁ ଯାଉଛି । ପଟେଲ ଯାଚିକାରେ ଉଲ୍ଲେଖ କରିଛନ୍ତି, ରାଜ୍ୟସଭା ନିର୍ବାଚନରେ ତାଙ୍କ ଭୋଟଦାନ ଅଧିକାରକୁ ବିଜେପି ହୁଏତ ଛଡାଇ ନେଇ ପାରେ । ଜଷ୍ଟିସ ଜେ ବି ପର୍ଡିୱାଲ, ଭାର୍ଗବ କାରିଆଙ୍କ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପିତ ହୋଇଥିଲା । କିନ୍ତୁ ଏହାକୁ ବିଚାରପତିମାନେ ଶୁଣାଣି କରିବାକୁ ମନା କରିଦେଇଥିଲେ । ଏହା ପରେ ଏହି ମାମଲାର ଶୁଣାଣି ମୁଖ୍ୟ ବିଚାରପତି ବିକ୍ରମ ନାଥଙ୍କ ନିର୍ଦ୍ଦେଶରେ ଅନ୍ୟ କୋର୍ଟରେ ହେବ । ସୂଚନାଯୋଗ୍ୟ, ସ୍ଥାନୀୟ ବିଜେପି ନେତା ମୁକେଶ ଥାକ୍କର ପଟେଲଙ୍କ ନାମରେ ଜିଲ୍ଲ।।ପାଳଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଛନ୍ତି, ଯାହା ତାଙ୍କ ଭୋଟଦାନ ଅଧିକାର ଛଡାଇନେବା ସମ୍ଭାବନା ଦେଖା ଦେଇଛି ।
previous post
next post