ଓଡିଶା

ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ କେନ୍ଦୁଗୁଡା ଗ୍ରାମ ପରିଦର୍ଶନ ଓ ଅଜଣା ରୋଗର ସ୍ଥିତି ଅନୁଧ୍ୟାନ କଲେ

(ସୂର୍ୟ୍ୟକାନ୍ତ ବେହେରା, ମାଲକାନଗିରି): ମାଲକାନଗିରି,ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ କେନ୍ଦୁଗୁଡା ଗାଁରେ ଅଜଣା ରୋଗରେ ଗତ ତିନିମାସ ମଧ୍ୟରେ ୧୭ଜଣଙ୍କର ମୃତ୍ୟୁ ଘଟିଛି । ଏହି ମୃତ୍ୟୁକୁ ନେଇ ଗୁଣିଆ ସନ୍ଦେହରେ ସେହି ଗାଁର ଜଣେ ଯୁବକକୁ ମଧ୍ୟ ହତ୍ୟା କରାଯାଇଛି ଏ ଂସଂପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରକାଶପାଇବା ପରେ ସେହି ଗାଁକୁ ରାଜ୍ୟସ୍ୱାସ୍ଥ୍ୟବିଭାଗ କୋଭିଡ-୧୯ ମନିଟରିଂ ଟିମର ଟିମ୍ ଲିଡର ଅତିରିକ୍ତ ନିର୍ଦ୍ଦେଶକ ଡି.ଏମ.ଟି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ କୋରାପୁଟ ସହିଦ ଲକ୍ଷମଣ ନାୟକ ମେଡିକାଲ କଲେଜ ସହକାରି ପ୍ରଫେସର ଡାକ୍ତର ରମେଶକୁମାର ବିଶ୍ୱାଳ,ଡବ୍ଲୁଏଚଓ ଡକ୍ଟର ସମାଧାନ,ସହକାରି ପ୍ରଫେସର ଡାକ୍ତର ରଜଂନକୁମାର ସେନ ପ୍ରମୁଖ ସ୍ୱାସ୍ଥ୍ୟବିଭାଗ ଅଧିକାରୀମାନେ କେନ୍ଦୁଗୁଡା ଗ୍ରାମପରିଦର୍ଶନ କରି ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟିଥିଲେ ।

ମୃତପରିବାର ଲୋକଙ୍କ ଠାରୁ ରୋଗର ଲକ୍ଷଣ ବୁଝିବା ସହିତ ସେଠାକାର ପରିସ୍ଥିତି ଅନୁଧ୍ୟାନ କରି ଗାଁର ପରିବେଶ ଓ ପାରିପାଶ୍ୱର୍ିକ ସ୍ଥିତି ପରଖିଛନ୍ତି । ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ ପ୍ରଥମେ ମାଥିଲି ଓ ପାଣ୍ଡ୍ରିପାଣି ଠାରେ ଖୋଲା ଯାଇଥିବା କୋଭିଡ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କ୍ୟାରେଟାଂଇନ କେନ୍ଦ୍ର ପରିଦର୍ଶନ କରି ସେଠାକାର ସ୍ଥିତି ପରଖିବା ସହିତ ସେଠାରେ ମୁତୟନ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ ।

Related posts

କାନ୍ଥ ନିର୍ମାଣକୁ ନେଇ ମାରପିଟ୍, ୩ ଗୁରୁତର

mahabharatanews

ଲକ ଡାଉନ ଫଳରେ ମା ମଙ୍ଗଳା ପୀଠ ରେ ଝାମ ଯାତ୍ରା ଫିକା ପଡିଲା

mahabharatanews

ନନ୍ଦନକାନନରେ ଆରମ୍ଭ ହେବ ରୋପୱେ  

mahabharatanews