ଓଡିଶା

ରାଧାମୋହନ ଦେବ ସ୍କୁଲର ୧୯୯୮ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ରାଧାମୋହନ ଦେବ ଉଚ୍ଚ ବିଦ୍ୟାଳୟର ୧୯୯୮ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି । କଅଁଳପଡା ଖଣ୍ଡୁଆଳ ଠାକୁରାଣୀଙ୍କ ପୀଠ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୯୮ ମସିହା ବ୍ୟାଚର ପ୍ରାୟ ୭୦ ଜଣ ପରିବାର ସହ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ରାଉତରାୟ ଯୋଗ ଦେଇଥିଲେ । ଆଜିର ବିଜ୍ଞାନ ଯୁଗରେ ଶିକ୍ଷା ବହୁତ ଆଗେଇ ଯାଇଥିବା ସେ କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍କୁଲର ଶିକ୍ଷକ ସୀତାରାମ ମହାନ୍ତି, ଅକ୍ଷୟ କୁମାର ଗିଲ, ବିଭୁତି ପଣ୍ଡା, କ୍ରୀଡା ଶିକ୍ଷକ ଆର୍ତ୍ତତ୍ରାଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ‘ନଟିଆ କମେଡି’ର କଳାକାର ସ୍ମୃତି ରଞ୍ଜନ ମହାନ୍ତି ହାସ୍ୟ ଅଭିନୟ ପରିବେଶଣ କରିଥିଲେ । ଶିକ୍ଷକ ଶରତ କୁମାର ମହାରଣା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Related posts

ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଘୁଞ୍ଚିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସଂକେତ

mahabharatanews

ବର୍ଷାରେ ଭୁଶୁଡିଲା ଘରର କାନ୍ଥ : ୫ ଜଣଙ୍କ ମୃତ୍ୟୁ , ୪ ଗୁରୁତର

mahabharatanews

୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

mahabharatanews