ଓଡିଶା

ରାମପ୍ରସାଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

(ମହାଭାରତ, ବାଲିଆପାଳ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଚଉମୁଖ ପଞ୍ଚାୟତ ଅନ୍ତର୍ଗତ ରାମପ୍ରସାଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ । ପିଲାମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି ବିଧାୟକ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚୌଧୁରୀ ଚଉମୁଖ ଗ୍ରାମ ପଞ୍ଚାୟତର ସରପଞ୍ଚ ନାରାୟଣ ଖଟୁଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ପର୍ଶୁରାମ ଆଦକ, ହୃଷିକେଶ ସାମନ୍ତ, ଜଗନ୍ନାଥ ଜେନା ଆଦିଙ୍କ ସହଯୋଗରେ ବାର୍ଷିକ ଉତ୍ସବର ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା ।

Related posts

ପାଣି ଉଠାଉବାବେଳେ କାଉଡିଆ ନିଖୋଜ

mahabharatanews

ବିଜେପିରେ ଆନୁଷ୍ଠାନୀକ ଭାବେ ସାମିଲ ହୋଇଛନ୍ତି ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

mahabharatanews

ଭୁବନେଶ୍ୱର ବିମାନବନ୍ଦରରୁ ୨.୭୯ କୋଟି ଟଙ୍କାର ସୁନା ଜବତ 

mahabharatanews