Uncategorized

ରାମାୟଣ ଧାରାବାହିକର ସୁଗ୍ରୀବ ଆଉ ନାହାନ୍ତି

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଟେଲି ଧାରାବାହିକ ରାମାୟଣରେ ସୁଗ୍ରିବ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦରଙ୍କ ପରଲୋକ ହୋଇଛି । ଶ୍ୟାମଙ୍କ ମୃତ୍ୟୁ ଖବର ଜାଣିବା ପରେ ରାମାୟଣର ମୁଖ୍ୟ ଚଳିତ୍ର ରାମ ଚଳିତ୍ରରେ ଅଭିନୟ କରିଥିବା ଅରୁଣ ଗେଭିଲ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି । ଅରୁଣ ଗୋଭିଲ ଟ୍ୱିଟ କରି ଶ୍ୟାମଙ୍କ ଅମରଆତ୍ମାର ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଟ୍ୱିଟରେ ସେ ଉଲ୍ଲେଖ କରିଛନ୍ତି, “ଶ୍ୟାମ ସୁନ୍ଦର ଜୀଙ୍କର ମୃତ୍ୟୁ ବିଷୟରେ ଶୁଣି ବହୁତ ଦୁଃଖିତ । ସେ ରାମାନନ୍ଦ ସାଗର ରାମାୟଣରେ ସୁଗ୍ରୀବଙ୍କ ଭୂମିକାରେ ଅଭିନୟ କରିଥିଲେ। ଜଣେ ଚମତ୍କାର ବ୍ୟକ୍ତି । ଭଗବାନ ତାଙ୍କ ଅମରଆତ୍ମା କୁ ଶାନ୍ତି ଦିଅନ୍ତୁ ।” ଅରୁଣ ଗୋବିଲଙ୍କ ଏହି ଟ୍ୱିଟରେ ପ୍ରଶଂସକମାନେ ମଧ୍ୟ ଅନେକ ଟୁଇଟ୍ କରିଛନ୍ତି।

ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀ ମଧ୍ୟ ଟ୍ୱିଟ କରି ଶ୍ୟାମ ସୁନ୍ଦରଙ୍କ ଆତ୍ମାର ଶାନ୍ତି ପାଇଁ କାମନା କରିଛନ୍ତି। ସୁନୀଲ ଏକ ଖବରକାଗଜର କଟିଂ ସହ ଲେଖିଛନ୍ତି, “ରାମାୟଣରେ ବାଳି ଏବଂ ସୁଗ୍ରୀବଙ୍କ ଭୂମିକାରେ ଅଭିନୟ କରିଥିବା ଆମର ସହକର୍ମୀ ହଠାତ୍ ଦେହାନ୍ତ ହୋଇଥିବାର ଶୁଣି ମୁଁ ଦୁଃଖିତ ।

Related posts

ଭୁଲରେ ଭାରତୀୟ ସୀମାକୁ ପ୍ରବେଶ କରିଥିବା ଦୁଇ ନାବାଳିକାଙ୍କୁ ସସମ୍ମାନେ ପାକକୁ ହସ୍ତାନ୍ତର କଲା ସେନା

mahabharatanews

ଏହି ସବୁ କାରଣରୁ ପୁରୁଷଙ୍କ ବିବାହରେ ହୁଏ ବିଳମ୍ବ

mahabharatanews

ରାଷ୍ଟ୍ରାୟତ୍ତ ଖଣିରେ ଦୁର୍ଘଟଣା, ଜଣଙ୍କର ମୃତ୍ୟୁ

mahabharatanews