Uncategorized

ରାଷ୍ଟ୍ରାୟତ୍ତ ଖଣିରେ ଦୁର୍ଘଟଣା, ଜଣଙ୍କର ମୃତ୍ୟୁ

ବଲାଣି: କେନ୍ଦୁଝର ଜିଲା ସୀମାନ୍ତ ଝାଡ଼ଖଣ୍ଡରେ ଥିବା ଏକ ରାଷ୍ଟ୍ରାୟତ୍ତ ଖଣିରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି । ପଶ୍ଚିମ ସିଂହଭୂମ ଜିଲା କିରିବୁରୁ ଥାନା ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ୍‌ର ମେଘାହାତୁବୁରୁ ଖଣିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ମେଘାହତୁବୁରୁ ଖଣିର ସ୍ଥାୟୀ କର୍ମଚାରୀ ତଥା ଅପରେଟର ପ୍ରହଲ୍ଲାଦ ପାଣଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ବୁଧବାର ରାତିରେ ଖଣିର ପ୍ରଡକ୍ସନ ଚାଲିଥିବା ବେଳେ ହପ୍ପରରେ ଥିବା ଷ୍ଟପରରେ ମାଟି ଭାରି ରହିଥିବାରୁ ୧୦୦ ଟନ ବିଶିଷ୍ଟ ଏକ ଡମ୍ପର ଓଲଟି ତଳକୁ ଖସି ପଡ଼ିଥିଲା। ଏଥିରେ ଅପରେଟର ପ୍ରହଲ୍ଲାଦ ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମେଘାହାତୁବୁରୁ ଖଣି କର୍ତ୍ତୃପକ୍ଷଙ୍କ ଦ୍ୱାରା ଖଣି ସୁରକ୍ଷା ଆଇନକୁ ଅବମାନନା କରି ଉତ୍ତୋଳନ କାର୍ୟ୍ୟ କରାଯାଉଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ସ୍ଥାନୀୟ କର୍ମଚାରୀମାନେ ଡାକ୍ତରଖାନା ପରିସରରେ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ କର୍ମଚାରୀମାନେ ଦାବି କରିଥିଲେ। ଖଣି କର୍ତ୍ତୃପକ୍ଷ ମୃତକଙ୍କ ପରିବାରରୁ ଜଣଙ୍କୁ ସ୍ଥାୟୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେବା ସହିତ ଅନ୍ୟାନ୍ୟ କ୍ଷତିପୂରଣ ବାବଦରେ ସମସ୍ତ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। କିନ୍ତୁ ଖଣି ସୁରକ୍ଷା ଆଇନ ପାଳନ କରିବାକୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି।

Related posts

ସୁପ୍ରିମକୋର୍ଟଙ୍କ ତଦାରଖରେ ଦିଲ୍ଲୀ ହିଂସାର ତଦନ୍ତ ହେଉ: ସିପିଆଇ

mahabharatanews

କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ କୁନି ମଫଲରମ୍ୟାନ

mahabharatanews

ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୦ ହଜାର ୫୨୯ ଆକ୍ରାନ୍ତ ଚିହ୍ନଟ

mahabharatanews