(ଦିଲ୍ଲୀ) : ଆସନ୍ତା ୨୧ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଯେଉଁଥି ପାଇଁ ସାରା ଦେଶରେ ନିମନ୍ତ୍ରଣ ପତ୍ର ବଣ୍ଟା ଯାଇଛି । ଏହି ବିଶେଷ ଉତ୍ସବରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି । ସେହିପରି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ, ପ୍ରଭାସ, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଏବଂ ଏପରି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏହି ସମାରୋହରେ ଯୋଗ ଦେବେ ।
ସୂଚନାନୁଯାୟୀ , ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ଏନେଇ କଙ୍ଗନା ରଣାୱତ ନିଜେ ସୂଚନା ଦେଇଛନ୍ତି । ପରୀକ୍ଷା ପେ ଚର୍ଚ୍ଚା ୨୦୨୪ ପାଇଁ ରେକର୍ଡ ୧ jକୋଟି ପଞ୍ଜୀକରଣ ଅଭିନେତ୍ରୀ କଙ୍ଗନା ଇନଷ୍ଟାଗ୍ରାମରେ ଏକ ପୋଷ୍ଚ ସେୟାର କରି ଏନେଇ ସୂଚନା ଦେଇଛନ୍ତି । କଙ୍ଗନା କହିଛନ୍ତି ଯେ, ଶେଷରେ ସେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପତ୍ର ପାଇଛନ୍ତି । ଏହି ଭିଡିଓ ବାର୍ତ୍ତାରେ ଅଭିନେତ୍ରୀ ‘ରାମ ସିଆ ରାମ’ ଗୀତ ମଧ୍ୟ ଗାଉଥିବାର ଦେଖିବା ପାଇଁ ମିଳିଛି ।
