ଭାରତମନୋରଞ୍ଜନ

ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାନଙ୍କୁ ଇଡି ସମନ  

(ଦିଲ୍ଲୀ) :  ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାନଙ୍କୁ ସମନ ଜାରି । ବୃଦ୍ଧାଙ୍କ ସହ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାନଙ୍କୁ ଆସନ୍ତା ସପ୍ତାହରେ ପଚରାଉଚରା ପାଇଁ ସମନ ଜାରି କରିଛି । ସେପ୍ଟେମ୍ବର ୧୨ ରେ ନୁସରତ ଜହାନଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଛି । ଯାଞ୍ଚ୍ ଏଜେନ୍‌ସି ତାଙ୍କ ବିବୃତ୍ତି ରେକର୍ଡ କରିବ ।

 ସୂଚନାନୁଯାୟୀ, ଏହି ମାମଲା କୋଲକାତାର ପୂର୍ବ ଭାଗରେ ଥିବା ନିଉଟାଉନ୍ ଅଞ୍ଚଳରେ ଫ୍ଲାଟ ଦେବା ନାମରେ ବୃଦ୍ଧଙ୍କୁ ଠକିଥିବା ଅଭିଯୋଗରେ ରହିଛି। ନିକଟରେ ବୃଦ୍ଧ ବ୍ୟକ୍ତିଙ୍କ ଏକ ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ, ଏକ ରିଏଲ୍ ଇଷ୍ଟେଟ୍ କମ୍ପାନୀ ନ୍ୟୁ ଟାଉନ୍ ଅଞ୍ଚଳରେ ଫ୍ଲାଟ ଦେବାକୁ କହି ସେମାନଙ୍କୁ ଠକେଇ କରିଛି । ଇଡି ଏହି ଅଭିଯୋଗର ଯାଞ୍ଚ କରୁଛି । ଏହାକୁ ନେଇ କହିଥିଲେ ଯେ, ସେ ମାର୍ଚ୍ଚ ୨୦୧୭ ରେ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ।

 

Related posts

ୟୁକ୍ରେନରୁ ଫେରିଲେ ଆଉ ଭାରତୀୟ ୪୮ ଛାତ୍ରଛାତ୍ରୀ

mahabharatanews

 ଆସାମରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

mahabharatanews

୧୦୦ କୋଟି କ୍ଲବରେ ସାମିଲ ହେଲା ‘The Keral Story’

mahabharatanews