ରାଜନୀତି

ରାମ ମନ୍ଦିର ଶିଳାନ୍ୟାସ ପ୍ରସ୍ତୁତିର ସମୀକ୍ଷା କଲେ ଯୋଗୀ

(ଅଯୋଧ୍ୟା): ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ତଥା ଅନ୍ୟ ଦଳର ନେତା ଓ ବିଶିଷ୍ଟ ଅତିଥିମାନେ ସାମିଲ ହେବେ । ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ଗସ୍ତ ଭୂମି ପୂଜା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କିଭଳି ଚାଲିଛି ତାର ସମୀକ୍ଷା କରିଛନ୍ତି । ପ୍ରଥମେ ସେ ରାମ ଲାଲାଙ୍କ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଚାରା ରୋପଣ କରିବା ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ବୁଲି ଦେଖିଥିଲେ । ଏହାପରେ ଉକ୍ତ ପରିସରରେ ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ତିଆରି ହୋଇଥିବା ପେଣ୍ଡାଲ ଦେଖିବା ସହ ଭୂମି ପୂଜା ପାଇଁ ଚିହ୍ନଟ ହୋଇଥିବା ଜାଗାର ନିରୀକ୍ଷଣ କରିଥିଲେ । ସେଠାରେ ଏହି ଉତ୍ସବ ପାଇଁ ପ୍ରସ୍ତୁତି ଦାୟୀତ୍ୱରେ ଥିବା ଅଧିକାରୀମାନଙ୍କ ସହ କଥା ହୋଇ ଅତିଥିମାନଙ୍କ ପାଇଁ ହୋଇଥିବା ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ଅଯୋଧ୍ୟା ଗସ୍ତରେ ଆସିବାର ଥିଲା । କିନ୍ତୁ ତାଙ୍କ କ୍ୟାବିନେଟର ମନ୍ତ୍ରୀ କମଲ ରାନୀଙ୍କ ମୃତ୍ୟୁ ପାଇଁ ଏହି ଗସ୍ତ କାର୍ଯ୍ୟକ୍ରମ ଆଜିକୁ ଘୁଞ୍ଚାଇ ଦିଆଯାଇଥିଲା ।

Related posts

ବିହାର ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ କାମେଶ୍ୱର

mahabharatanews

mahabharatanews

ବିଜେପିରେ ସାମିଲ ହେଲେ ଜେଡିୟୁ ନେତା ଅଜୟ ଆଲୋକ

mahabharatanews