ଭଡୋଦରା: ଗୁଜୁରାଟର ଭଡୋଦରାରେ ଥିବା ଏକ ରାସାୟନ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣ ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ଥିତି ସଂକଟାପନ୍ନ ରହିଛି ।
ଆଜି ସକାଳ ପ୍ରାୟ ୧୦ଟା ବେଳେ ହଠାତ୍ କାରଖାନାରେ ବିସ୍ଫୋରଣ ଘଟିଥିଲା । ବଦସାର ରେଳୱେ ଓଭର ବ୍ରିଜ ନିକଟରେ କାଣ୍ଟୋନ ଲ୍ୟାବ ପ୍ରାଇଭେଟ ଲିରେ କାମ ଚାଲିଥିôବା ବେଳେ ହଠାତ୍ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ ୟୁନିଟରେ ନିଆଁ ବ୍ୟାପିଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କା ଥିଲା ଯେ, ଲ୍ୟାବର ୟୁନିଟ୍ ପୂରା ଛିନଛତ୍ର ହୋଇଯାଇଥିଲା । ଏହି ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା କିଛି ଲୋକଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ବହୁ ଘର ଥରିଉଠିଛି । ଏହାକୁ ନେଇ ପ୍ରଥମେ ଲୋକଙ୍କ ମଧ୍ୟରେ ଭୂକମ୍ପର ଭ୍ରମ ସୃଷ୍ଟି ହୋଇଥିଲା । ପରେ ଏହା ବିସ୍ଫୋରଣ ଥିବା ଜଣାପଡିଥିଲା ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଦୌଡିଥିଲେ । ୫ଟି ଗାଡି ନିଆଁ ଆୟତ୍ତରେ ଲାଗିଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।
previous post