ରାଜନୀତି

ରାହୁଲ, ପ୍ରିୟଙ୍କାଙ୍କୁ ମିଳିଲା ଖେରି ଯିବାକୁ ଅନୁମତି

ଲକ୍ଷ୍ନୌ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ ୩ ଜଣଙ୍କୁ ଖେରି ଯିବାକୁ ଅନୁମତି ମିଳିଛି। ଅନୁମତି ମିଳିବା ପରେ ରାହୁଲ ଦିଲ୍ଲୀରୁ ଖେରି ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଛନ୍ତି । ଏହି ଅନୁମତି ଉତ୍ତର ପ୍ରଦେଶ ଗୃହ ବିଭାଗ ଦେଇଥିବା ସୂଚନା ମିଳିଛି।
ରାହୁଲ ଗାନ୍ଧି ଖେରି ଯିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବ୍ୟବସ୍ଥାଗତ ଭାବେ ଚାଷୀଙ୍କୁ ହତ୍ୟା କରାଯାଇଛି। ଗତକାଲି ମୋଦି ଲକ୍ଷ୍ନୌ ଗସ୍ତ କରିଥିଲେ କିନ୍ତୁ ଖେରି ଗଲେନାହିଁ । ତେବେ କାହିଁକି । ଏବେ ଦେଶରେ ଏକଛତ୍ରବାଦ ଶାସନ ଚାଲିଛି । ଲଖିମପୁରରେ ୧୪୪ ଧାରା ଜାରି ହୋଇଛି। ଗୋଟିଏ ଅଞ୍ଚଳକୁ ରାଜନେତାଙ୍କୁ ଯିବାକୁ ଦିଆଯାଉନାହିଁ। ଏଣୁ ଏଠାକୁ ୫ ଜଣ ଏକତ୍ରିତ ହୋଇ ଯିବା ଉପରେ ବାରଣ ରହିଛି। ହେଲେ ମାତ୍ର ୩ ଜଣ ଯିବେ ବୋଲି ରାହୁଲ କହିଥିଲେ। ରାହୁଲଙ୍କୁ ସମାଲୋଚନା କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଏକ ସମ୍ବେଦନଶୀଳ ଘଟଣାରେ ରାଜନୈତିକ ଫାଇଦା ନେବାକୁ କଂଗ୍ରେସ ଉଦ୍ୟମ କରୁଛି ।

 

Related posts

ନରେନ୍ଦ୍ର ମୋଦି ଏବଂ ପ୍ରିୟଙ୍କା ଗାନ୍ଧୀ ସଂସଦ ଭବନରେ ସାକ୍ଷାତ କରିଥିଲେ…

mahabharatanews

ଦରବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

mahabharatanews

ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ।

mahabharatanews