ଓଡିଶା

ରୁଗୁଡିପାଲିକୁ ମିଳିଲା ବାଲ୍ୟ ବିବାହ ମୁକ୍ତ ଗାଁର ମାନ୍ୟତା

ମହାଭାରତ : ସୁବର୍ଣ୍ଣପୁର ଜିଲ୍ଲାର ବାଲ୍ୟ ବିବାହ ମୁକ୍ତ ଗାଁ ର ମାନ୍ୟତା ହାସଲ କରିଛି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ରୁଗୁଡିପାଲି ଗାଁ । ଏହା ସମ୍ଭବ ହୋଇଛି ସେହି ଗାଁର ଅଙ୍ଗନୱାଡି କର୍ମୀଙ୍କ ଉଦ୍ୟମରେ । ୨୦୧୯ରେ ଏହି ଗାଁରେ ଦୁଇଟି ବାଲ୍ୟ ବିବାହକୁ ବନ୍ଦ କରି ଗାଁରେ ସଂମ୍ପୁର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରାଯାଇଛି । ବାରମ୍ବାର ଲୋକଙ୍କୁ ସଚେତନ କରି ଏହି ସଫଳତା ପାଇଛନ୍ତି । ରୁଗୁଡିପାଲି ଗାଁରେ ୨୦୧୯ ମସିହାରେ ସବୁ ବାଲ୍ୟ ବାବାହକୁ ରୋକା ଯାଇ ପାରି ଥିବାରୁ ଗାଁକୁ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷଣା କରାଯାଇଛି । ଗାଁରେ ବାଲ୍ୟ ବିବାହ ମୁକ୍ତଫଳକ କୁ ଉନ୍ମୋଚନ କରିଥିଲେ ଜିଲ୍ଲାପାଳ ମନୀଷା ବାନାର୍ଜୀ । ଅଙ୍ଗନଓ୍ଡାଡି କର୍ମୀ ଗୀତାଞ୍ଜଳି ରଣା ପ୍ରତି ମାସ କିଶୋରୀ ବାଳିକା, ମହିଳା ଓ ପୁରୁଷମାନଙ୍କୁ ବିଭିନ୍ନ ପ୍ରକାରରେ ସଚେତନତା କାର୍ଯ୍ୟକ୍ରମ କରି ବାଲ୍ୟ ବିବାହର କୁପରିଣତି ସମ୍ପର୍କରେ ସଚେତନ କରିଥିଲେ । ଏହାର ଅ ।ଇନଗତ ଦିଗ ଉପରେ ସଚେତନ କରାଉଥିଲେ । ନିଜସ୍ୱ ଉଦ୍ୟମରେ ବାଲ୍ୟ ବିବାହ ଉପରେ ବିଭିନ୍ନ ପ୍ରକାର ତାଲିମ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ଗାଁରେ ଲୋକଙ୍କୁ ସଚେତନ କରାଇଥିଲେ ଶ୍ରୀମତୀ ରଣା । ଶ୍ରୀମତୀ ରଣାଙ୍କ ଉଦ୍ୟମକୁ ଗାଁଲୋକ ତଥା ଛାତ୍ରୀମାନେ ବେଶ୍ ପ୍ରଶଂସା କରିଥିଲେ ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୩୦ ସୁଦ୍ଧା ସାରା ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଅଣ୍ଟା ଭିଡିଥିବା ବେଳେ ଜଣେ ଅଙ୍ଗନୱାଡି କର୍ମୀଙ୍କ ନିଜସ୍ୱ ଉଦ୍ୟମରେ ପ୍ରଥମ ଥର ଲାଗି ଏହି ଗାଁ ବାଲ୍ୟ ବିବାହମୁକ୍ତ ହୋଇ ରାଜ୍ୟ ପାଇଁ ଉଦାହରଣ ସାଜିଛି ।

Related posts

୧୬ରୁ ସର୍ବ ଭାରତୀୟ ହକି ପ୍ରତିଯୋଗିତା -୨୦୧୯

mahabharatanews

କଳ୍ପନା ଛକରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ

mahabharatanews

ଦନ୍ତା ଆକ୍ରମଣରେ ମହିଳା ମୃତ

mahabharatanews