ଓଡିଶା

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଠକେଇ

କଟକ: କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଠକେଇ । ବିଶ୍ୱ ବିଦ୍ୟାଳୟ ବ୍ୟାଙ୍କ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ୨ଟି ଜାଲ ଚେକ୍‍ ମାଧ୍ୟମରେ ୨ ଲକ୍ଷ ଟଙ୍କା ଉଠାଣ ହୋଇଛି । ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ମାଲଗୋଦାମ ଥାନାରେ ଅଭିଯୋଗ ହେବା ସହ ଉକ୍ତ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ବିହାର ଓ ଦିଲ୍ଲୀରେ ଉକ୍ତ ଚେକ୍‍ ଲଗାଯାଇ ଟଙ୍କା ଉଠାଯାଇଥିବା ଜଣାପଡିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଏସ୍ବି୍ଆଇ ଶାଖାରେ ଉକ୍ତ ଆକାଉଣ୍ଟ ରହିଛି ଦିଲ୍ଲୀ ଓ ବିହାରସ୍ଥିତ ଏକ ବ୍ୟାଙ୍କରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମରେ ଥିବା ୬ଟି ଜାଲ ଚେକ୍‍ ଲଗାଯାଇଥିଲା। ତନ୍ମଧ୍ୟରୁ ୨ଟି ଚେକ୍‍ କ୍ଲିୟର ହୋଇଛି । ଏଥିରେ ପ୍ରାୟ ଦୁଇ ଲକ୍ଷ ଟଙ୍କା ଉଠାଣ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉକ୍ତ ଚେକ୍‍ଗୁଡିକୁ ଅଟକାଯିବା ସହ ଉକ୍ତ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ଏହି ଠକେଇ ପଛରେ ବାହାର ରାଜ୍ୟର ଠକଙ୍କ ହାତ ରହିଥିବା ପୁଲିସ ଅନୁମାନ କରୁଛି। ଏ ସଂକ୍ରାନ୍ତରେ କୁଳପତି ପ୍ରଫେସର ଈଶାନ୍‍ ପାତ୍ର କହିଛନ୍ତି, ଘଟଣା ଜଣା ପଡିବା ପରେ ତୁରନ୍ତ ଉକ୍ତ ଆକାଉଣ୍ଟକୁ ବନ୍ଦ କରାଯାଇଛି। ମାଲାଗୋଦାମ ଥାନାରେ ଠକେଇ ସଂକ୍ରାନ୍ତରେ ଅଭିଯୋଗ କରାଯାଇଛି। ମାଲଗୋଦାମ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ।

Related posts

୨୫ରେ ଆଉ ଏକ ଘୁର୍ଣ୍ଣିବଳୟ

mahabharatanews

ସମ୍ବଲପୁରରେ ବିଜେଡି ସୁପ୍ରିମୋଙ୍କ ଜୋରଦାର ପ୍ରଚାରକୁ

mahabharatanews

ରାଜ୍ୟରେ  ୬ ଜଣଙ୍କ କରୋନାଜନିତ ମୃତ୍ୟୁ 

mahabharatanews