ଓଡିଶା

ରେଶମ ଆଞ୍ଚଳିକ କଲେଜର ରୌପ୍ୟ ଜୟନ୍ତୀ ପାଳିତ

(ମହାଭାରତ, ବରଗଡ): ବରଗଡ ଜିଲ୍ଲା ଅତାବିରା ବ୍ଲକ ରେଶମ ଆଞ୍ଚଳିକ କଲେଜର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଅତାବିଧା ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ ଯୋଗ ଦେଇଥିଲେ । ଏହି ଅବସରରେ କଲେଜର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଶଣ କରିଥିଲେ । ତିନି ଦିନ ଧରି ଏହି ଉତ୍ସବ ଚାଲିବା ପରେ ସୋମବାର ଏହାର ଉଦଯାପନୀ ହୋଇଥିଲା । ଏଥିରେ ଭେଡେନ ବିଡିଓ ମୁରଲୀଧର ନାୟକ ମୁଖ୍ୟ ଅତିଥି ଓ ସରପଞ୍ଚ ସଂଖ୍ୟାକାରି ଖମାରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ସମାଜରେ ନିଜର ପରିଚୟ ସୃଷ୍ଟି କରିବା ଲାଗି ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ କହିଥିଲେ । ସଭା ଶେଷରେ ୧୫ ଜଣ ସମାଜସେବୀ ଓ କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ନାଟକ ‘ଆଜିର କଥା କାଏଲ ନାହିଁ’ ମଞ୍ଚସ୍ଥ ହୋଇଥିଲା । ଶେଷରେ ରେଶମ କଲେଜ ଅଧ୍ୟକ୍ଷ ପୁରନ୍ଦର ନନ୍ଦଙ୍କୁ କଲେଜ ପ୍ରତି ତାଙ୍କ ଅବଦାନ ପାଇଁ କଲେଜ କମିଟି ଓ ଛାତ୍ରଛାତ୍ରୀମାନେ କୃତଜ୍ଞତା ଜଣାଇଥିଲେ ।

Related posts

ଡଟ୍ ଫେଷ୍ଟ ଅଷ୍ଟମ ସଂଧ୍ୟାରେ ସ୍ୱତନ୍ତ୍ର ମଜ୍ଜା ନେଲେ ଭିକାରୀ , ଆଶ୍ରୟସ୍ଥଳୀ ଅନ୍ତେବାସୀ ଏବଂ କିନ୍ନର ଭୁବନେଶ୍ୱର;

mahabharatanews

୫ଟି ସଚିବଙ୍କ ବଡ଼ ଘୋଷଣା 

mahabharatanews

ପାକିସ୍ତାନ ଆଇଏସଆଇଙ୍କ ସହ ଚାଟ୍ କରୁଥିଲା ଇଶାନ

mahabharatanews

Leave a Comment