ହିଞ୍ଜିଳି: କରୋନା ଭାଇରସରେ ବର୍ତମାନ ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଦେଶରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତମାନ ସୁଦ୍ଧା ଓଡ଼ିଶାରେ ୩ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ଅଂଚଳ ପରିଦର୍ଶନ କରିବା ସହ ଜନ ସଚେତନତା ସକାଶେ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚଳିତ ମାସ ୨୨ ତାରିଖ ଠାରୁ ଏପ୍ରେଲ ୧୫ ତାରିଖ ଯାଏଁ ସମଗ୍ର ଭାରତ ବର୍ଷରେ ଲକ୍ଡ଼ାଉନ ଘୋଷଣା କରାଯାଇଛି । ଔଷଧ ଦୋକାନକୁ ବାଦ୍ ଦେଇ ପରିବା ଓ ଗ୍ରୋସେରୀ ଦୋକାନ ସକାଳ ୭ଟାରୁ ମଧ୍ୟାହ୍ନ୧୨ ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଏବଂ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । ଅତ୍ୟାବଶ୍ୟକ କାମ ନପଡ଼ିଲେ ଘରୁ ବାହାରକୁ ନ ବାହାରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାରତର ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ ସମସ୍ତଙ୍କୁ ବିନମ୍ର ଅନୁରୋଧ ଜଣାଇଛନ୍ତି । କିନ୍ତୁ ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ଭୋଜିଭାତର ଆୟୋଜନ କରିବା ସହ ଦଳ ଦଳ ହୋଇ ମଉଜମସ୍ତି କରିବା ଅଭିଯୋଗରେ ହିଂଜିଳି ପୋଲିସ ୬ ଜଣଙ୍କୁ ଗିରଫ କରିଛି । ବୁଧବାର ହିଂଜିଳି ଥାନା ରାଳବ ଗ୍ରାମର ଗୋଟିଏ ଗୋଷ୍ଠୀ ଗ୍ରାମରେ ଭୋଜି ଭାତର ଆୟୋଜନ କରି ମଉଜମସ୍ତି କରୁଥିଲେ । ଖବର ପାଇ ହିଂଜିଳିକାଟୁ ତହସିଲଦାର ଗୋପିନାଥ କୁଅଁର ଘଟଣା ସ୍ଥଳକୁ ଯାଇ ସଂପୃକ୍ତ ଗୋଷ୍ଠୀଙ୍କୁ ଏଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଥିଲେ । ତହସିଲଦାରଙ୍କ ପରାମର୍ଶକୁ ଅବମାନନା କରିବାରୁ ଘଟଣା ନେଇ ତହସିଲଦାର କୁଅଁର ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୋଲିସ ଘଟଣା ସ୍ଥଳରେ ପଂହଚି ଉପସ୍ଥିତ ୬ ଜଣଙ୍କୁ ଗିରଫ କରିଥିଲା । ଗିରଫ ମାନେ ହିଂଜିଳି ଥାନା ରାଳବ ଗ୍ରାମର ଶିଶିର ପ୍ରଧାନ, ଯୁଧିଷ୍ଟିର ପ୍ରଧାନ, ମମତା ପ୍ରଧାନ, କାହ୍ନା ସ୍ୱାଇଁ, ଗିତାଂଜଳି ସ୍ୱାଇଁ ଓ ଋଷି ପ୍ରଧାନ । ଏ ନେଇ ହିଂଜିଳି ଥାନା କେଶ ନଂ- ୯୯/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସେହିପରି ହିଂଜିଳିକାଟୁ ପୌରାଂଚଳ ବସ ଟର୍ମିନାଲ ନିକଟସ୍ଥ ମଧୁବାବୁ କମ୍ପେ୍ଳକ୍ସ ନିକଟରେ ·ହା ବିକ୍ରି କରି ଜନସାଧାରଣ ରୁଣ୍ଡ କରିଥିବା ନେଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ହିଂଜିଳି ଥାନା ନଂ୦ ୧୦୧/୨୦ରେ ଏକ ମାମଲା ରୁଜୁ କରି ·ହା ଦୋକାନ ମାଲିକ ଅଜିତ କୁମାର ପଣ୍ଡାଙ୍କୁ ଗିରଫ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
