ଓଡିଶା

ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଧାନମଣ୍ଡି ପରିଦର୍ଶନ

(ଓମ ପ୍ରକାଶ ମିଶ୍ର/ମହାଭାରତ)ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ବିଭିନ୍ନ ଧାନମଣ୍ଡି ମାନଙ୍କ ର କିଭଳି ଭାବରେ ଧାନକ୍ରୟ କରାଯାଉଛି ଏବଂ ଚାଷୀ ମାନଙ୍କୁ ସୁବିଧା ଅସୁବିଧା ସମ୍ବନ୍ଧରେ ଜାଣିବା ପାଇଁ ଅଚାନକ ବିନିକା ବ୍ଳକର ସିଙ୍ଘିଯୁବା,ସିନ୍ଦୂର ପୁର ଏବଂ ବିନିକା ମଣ୍ଡିକୁ ପରିଦର୍ଶନ କରିଥିଲେ।ମଣ୍ଡିର କର୍ମଚାରୀ ଏବଂ ଧାନକ୍ରୟ କାର୍ୟ୍ୟ ରେ ନିୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା ମାନଙ୍କୁ କୄଷକ ମାନେ କିପରି ବିନା ହଇରାଣ ହରକତରେ ସୁଧାର ରୂପେ ତାଙ୍କର ଧାନ ବିକ୍ରି କରି ପାରିବେ ସେ ବିଷୟରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ।ଜିଲ୍ଲାରେ ନଭେମ୍ବର ୧୫ ତାରିଖ ରୁ ମଣ୍ଡି ଖୋଲାଯାଇ ପଞୀକୄତ ଚାଷୀ ମାନଙ୍କ ଠାରୁ ସିଧା ସଳଖ ଧାନ ସଂଗ୍ରହ କାର୍ୟ୍ୟକ୍ରମ ଚାଲୁଅଛି।ସରକାର ଙ୍କ ନୂତନ ବ୍ୟବସ୍ଥା ଅନୁଯାୟୀ କୄଷକ ମାନଙ୍କୁ ଅଗ୍ରିମ ଟୋକନ ପ୍ରଦାନ କରାଯାଇ ଧାନକ୍ରୟ କରାଯାଉଅଛି।ସାଧାରଣ କିସମ ର ଏଫଏକ୍ୟୁ ମାନର ଧାନ ନିମନ୍ତେ କୁଇଣ୍ଟାଲ ପିଛା ୧୮୧୫ ଟଙ୍କା ଅନ୍ ଲାଇନ ରେ ପ୍ରଦାନ କରାଯାଉଛି।ଜିଲ୍ଲା ରେ ଧାନ ବିକ୍ରି ନିମନ୍ତେ ୪୭୯୯୦ ଜଣ ଚାଷୀ ପଞୀକରଣ କରିଛନ୍ତି।ଆଜି ସୁଦ୍ଧା ଏମାନଙ୍କ ମଧ୍ୟରୁ ୩୪୭୧ ଜଣ ଚାଷୀଙ୍କ ଠାରୁ ୨.୯୭.୯୦୨ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି।ଧାନର ସୁବିଧା କ୍ରୟ ବିକ୍ରୟ ପାଇଁ ଜିଲ୍ଲା ରେ ୬୫ ଟି ପ୍ରାଥମିକ ସେବା ସମବାୟ ସମିତି ଓ ୧୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Related posts

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍ଜା ସ୍ମରଣିକା ଉନ୍ମୋଚିତ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ବଢିଛି ; ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ରାତିରେ ଚାଲିଥିଲା ବାଲି ଚୋରାଚାଲାଣ, ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି ପୋଲିସ

mahabharatanews