Uncategorized

ଲକଡାଉନ ନାଁରେ ସରକାରୀ ନିର୍ଦ୍ଦେଶକୁ ପୁଲିସର ଅବମାନନା

କୋଲ୍ଲାମ: କରୋନା ପାଇଁ ସାରା ଦେଶରେ ଲକଡାଉନ । ଏଥିନେଇ ସାଧାରଣ ଲୋକେ ମେଡିକାଲ ଓ ଜରୁରୀ ସେବାରେ ଅନେକ ସମସ୍ୟା ଭୋଗ କରୁଥିବା ତଥ୍ୟ ସାମ୍ନାକୁ ଆସୁଛି । ସରକାରଙ୍କ ନିୟମକୁ ଅନେକ କ୍ଷେତ୍ରରେ ପୁଲିସ ପ୍ରଶାସନ ଅଣଦେଖା କରିବାକୁ ଏପରି ହେଉଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଜଣେ ବ୍ୟକ୍ତି ନିଜ ୬୫ ବର୍ଷୀୟ ରୋଗୀଣା ବାପାଙ୍କୁ କାନ୍ଧରେ ବୋହି ବୋହି ନେଉଥିବା ଭିଡିଓରେ ଦେଖିବାକୁ ମଳିଛି । ରାଜ୍ୟ ମାନବାଧିକାର କମିଶନ ଏହାକୁ ଗୁରୁତ୍ୱର ସହ ନେଇ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଭିଡିଓ ତଥ୍ୟ ଅନୁଯାୟୀ, କେରଳର କୋଲ୍ଲାମ ଜିଲ୍ଲାର କୁଲାଥୁପୁଜରେ ରହୁଥିବା ଜଣେ ୬୫ ବର୍ଷୀୟ ବ୍ୟକ୍ତି ଅସୁସ୍ଥ ହୋଇ ପୁନାଲୁର ତାଲୁକା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ସୁସ୍ଥ ହେବା ପରେ ହସ୍ପିଟାଲରୁ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା । ତେଣୁ ଘରକୁ ଯିବାକୁ ତାଙ୍କ ପୁଅ ଏକ ଅଟୋ ରିକ୍ସା ଭଡା କରିଥିଲେ । କିନ୍ତୁ ରାସ୍ତାରେ ପୁଲିସ ଅଟୋଟିକୁ ଅଟକାଇ ଲକଡାଉନର ଦ୍ୱାହୀ ଦେଇ ତାଙ୍କୁ ଯିବାକୁ ଦେଇ ନ ଥିଲା ଓ ସେମାନଙ୍କୁ ଅଟୋରୁ ଓହ୍ଲାଇ ଦେଇଥିଲା । ଫଳରେ ବାଧ୍ୟହୋଇ ପୁଅଟି ବୃଦ୍ଧ ରୋଗୀଣା ବାପାଙ୍କୁ କାନ୍ଧରେ କାନେ୍ଧଇ କାନେ୍ଧଇ ପ୍ରାୟ ଏକ କିମି ପର୍ଯ୍ୟନ୍ତ ଧାଇଁଥିଲେ । ଲୋକେ ଏହାର ଭିଡିଓ ରେକଡିଂ କରିଥିଲେ, କିନ୍ତୁ କାହାର କିଛି କରିବାର ନ ଥିଲା । ଏହି ଭିଡିଓକୁ କେହି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏହାପରେ ପୁଲିସ ପ୍ରଶାସନ ଅଡୁଆରେ ପଡିଛି ।

Related posts

ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ରସାବଳି

mahabharatanews

କୋଭିଡ-୧୯ ଚିକିତ୍ସାକାରୀ ଡାକ୍ତରଙ୍କ ବିରୋଧରେ ମାମଲା

mahabharatanews

ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୦ ହଜାର ୫୨୯ ଆକ୍ରାନ୍ତ ଚିହ୍ନଟ

mahabharatanews