ଓଡିଶା

ଲକଡାଉନ ଯୋଗୁଁ ସାଇକେଲରେ ନରସିଂହ ପୁର ପହଞ୍ଚିଲେ ପ୍ରବାସୀ

(ବିରୁପାକ୍ଷ ପ୍ରଧାନ/ଆଠଗଡ): ଲକଡାଉନରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି,ବାହାର ରାଜ୍ୟରେ ଫସିଥିବା ଶ୍ରମିକ ମାନେ ଖାଇବା ପିଇବା ରହିବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ପରେ ଘରକୁ ଫେରିବା ପାଇଁ କୌଣସି ଉପାୟ ନପାଇବାରୁ ଶେଷରେ ସାଇକେଲରେ ଚେନ୍ନାଇ ରୁ ୮ଜଣ ଶ୍ରମିକ ଓ ଆନ୍ଧ୍ରପ୍ରଦେଶରୁ ଜଣେ ଯୁବତୀ ସାଇକେଲରେ ଘରକୁ ଫେରିଛନ୍ତି । ସୂଚନାରୁ ପ୍ରକାଶ ଯେ ନରସିଂହପୁର ବ୍ଲକର କାଠଖୁଣ୍ଟ, ସାଗୁଣାପଲ୍ଲୀ, ସୁବଲୟା, ବାଲିସାହି, ଓଡିସିଙ୍ଗା, ବଡ଼ଭୁଇଁ ଆଦି ଅଞ୍ଚଳର ଆଠ ଜଣ ଶ୍ରମିକ ଚେନ୍ନାଇର ତିରୁବର୍ତ୍ତୃରୁରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିଲେ । ଲକଡାଉନ ପାଇଁ ଏହି ଶ୍ରମିକ ମାନେ ବହୁ ଚେଷ୍ଟା କରି ଘରକୁ ଫେରି ପାରିନଥିଲେ ଫଳରେ ବାଧ୍ୟହୋଇ ୮ଜଣ ଶ୍ରମିକ ଗତ ୧୩ ତାରିଖ ଦିନ ସନ୍ଧ୍ୟା ଛଅ ଟାରେ ୮ଟି ସାଇକେଲରେ ଚେନ୍ନାଇ ରୁ ନରସିଂହପୁର ଅଭିମୁଖେ ବାହାରିଥିଲେ । ପରେ ସେମାନଙ୍କୁ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି ବୋଲି ପ୍ରଶାସନ ତରଫରୁ କୁହା ଯାଉଥିବା ବେଳେ ଆଠଦିନ ରେ ୧୩ଶହ କିଲୋମିଟର ସାଇକେଲ ରେ ଆସି ପହଁଚିଛନ୍ତି ନରସିଂହପୁରରେ।

Related posts

ପିକ୍ଅପକୁ ପିଟିଲା ଟ୍ରକ, ୪ ବ୍ୟାଣ୍ଡପାର୍ଟି ସଦସ୍ୟ ମୃତ, ୮ ଗୁରୁତର

mahabharatanews

ଚିକିତ୍ସା ବାହାନାରେ ଶିଶୁର ଦେହ ସାରା ୨୫ ଚେଙ୍କ ଦେଲେ ଦିଶାରୀ

mahabharatanews

ରାଷ୍ଟ୍ରପତିଙ୍କୁ ଚିଠି ମାଧ୍ୟମରେ କ୍ଷମା ମାଗିଲେ ଅଧୀର

mahabharatanews