(ଜଳେଶ୍ୱର/ଅଜିତ ସାହୁ): ଆଜି ମିତ୍ର ପୁର ଲାୟନ୍ସ କ୍ଳବ ପକ୍ଷରୁ କରୋନା ଭାଇରସ ସମ୍ବନ୍ଧୀୟ ଏକ ଜନ ସଚେତନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱରେ କୋରୋନା ମହାମାରୀ ତାର ଆତଙ୍କର କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ ର କୌଣସି ନିର୍ଦିଷ୍ଟ ଔଷଧ କିମ୍ବା ପ୍ରତିଷେଧକ ବାହାରି ନାହିଁ। କେବଳ ସଚେତନତା, ସାମାଜିକ ଦୂରତା,ପରିଷ୍କାର ପରିଛନ୍ନ ରହି ଏହି ରୋଗ ଦାଉରୁ ମୁକୁଳି ହେବ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଆଦୀବାସି ବହୁଳ ଅଞ୍ଚଳ ହୋଇଥିବାରୁ ସେମାନେ ନିଜର ସ୍ୱାସ୍ଥ୍ୟ ଓ କୋରୋନା ପ୍ରତି ସଚେତନ ନୁହାନ୍ତି। ତେଣୁ ମିତ୍ରପୁର ଲାୟନ୍ସ କ୍ଲବ ପକ୍ଷରୁ ପ୍ରକାଶ ମହାପାତ୍ର, ଜଗନ୍ନାଥ ରଣା, ଗୋପାଳ ମହାପାତ୍ର, ଖଗେନ୍ଦ୍ର ବେହେରା, ରାମଚନ୍ଦ୍ର ଦାସ, ରଞ୍ଜନ ବେହେରା, ନିତ୍ୟାନନ୍ଦ ମହାରଣା,ଭାଗବତ ଦାସ,ବନ ସାମଲ ଓ ଦୁଃଶାସନ ପୁଷ୍ଟି ପ୍ରମୁଖ ଉପସ୍ଥିତ ରହି ମିତ୍ରପୁର ବଜାର ଓ କାଆଁସ ଆଦି ଅଂଚଲକୁ ବିଶୋଧନ କରିବା ସହିତ ,ମାସ୍କ ବଣ୍ଟନ କରିଥିଲେ।
next post
