ଓଡିଶା

ଲୋକାର୍ପିତ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲ୍ଡିଂ

(ଭୁବନେଶ୍ୱର) : ଓଡ଼ିଶାର ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଲୋକାର୍ପିତ ହେଲା ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲ୍ଡିଂ । ସତ୍ୟବାଦୀ ହାଇସ୍କୁଲ ଖେଳପଡ଼ିଆରେ ଏହି ଉଦଘାଟନୀ ସଭାରେ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଓଡିଆ ଭାଷାର ଗାରିମା ବିଷୟରେ ଆଲୋକପାତ କରିଛନ୍ତି ।

ସୂଚନାନୁଯାୟୀ , ଏହି ଅବସରରେ ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ତଥା ନିଜ ଲେଖନୀରେ ଏହାକୁ ସମୃଦ୍ଧ କରିଥିବା ଓଡିଶାର ବରପୁତ୍ରମାନଙ୍କୁ ମଧ୍ୟ ସ୍ମରଣ କରିଛନ୍ତି । ଏହା ସହ ଫେବୃଆରୀ ୩ ତାରିଖରେ ଆୟୋଜିତ ହେବାକୁ ଯାଉଛି ଓଡିଆ ଭାଷା ସମ୍ମିଳନୀ, ଯାହା ସାରା ଓଡିଆ ଜାତି ପାଇଁ ଗୌରବର କଥା ।

Related posts

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ଭିତରରେ ହାତୀ

mahabharatanews

ଅଜଣା ଗାଡି ଧକ୍କାରେ ଚାଷୀ ଗୁରୁତର

mahabharatanews

+୨ ବାଣିଜ୍ୟ ପରୀକ୍ଷା ଫଳ ଅଗଷ୍ଟ ୧୯ରେ ବାହାରିବ 

mahabharatanews