ଓଡିଶା

ଶିଳ୍ପିମାନଙ୍କ କୂଳଦେବତାଙ୍କ ଆଜି ପୂଜା

(ରିପୋଟର୍ସ ଟୁଡେ) ; ଆଜି ହେଉଛି ବିଶ୍ୱକର୍ମାଙ୍କ ପୂଜା । ଦେବଶିଳ୍ପିଙ୍କ ପୂଜାକୁ ନେଇ ଓଡିଶା ଆଜି ଚଳଚଞ୍ଚଳ । ଓଡିଶାର ପୂରପଲ୍ଲିରେ ଏହି ପୂଜାର ଆନନ୍ଦ ଦେଖିବାକୁ ମିଳେ । କିିନ୍ତୁ କୋଭିଡ ପାଇଁ ଧୁମ୍ ଧାମରେ ହୋଇପାରୁନି ପୂଜା । ଗତ ବର୍ଷ ଭଳି ଚଳିିତ ବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ବିଶ୍ୱକର୍ମା ପୂଜା ନିରାଡମ୍ବରରେ ପାଳନ କରାଯାଉଛି । ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା । ତ୍ୱଷ୍ଟା ନାମରେ ସେ ବିଦିତ । ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ବିଭୂଷିତ । ସେ ମହାଜ୍ଞାନୀ, କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର, ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ । ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରିଥିଲେ । ସେ ସକଳ ଶିଳ୍ପକଳାର ଜନକ ।ସେଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ମାନଙ୍କରେ କନ୍ୟା ସଂକ୍ରାନ୍ତିରେ ବିଶ୍ୱକର୍ମା ପୂଜା କରାଯାଏ ।

 

Related posts

ଚିଲିକା: ତଟରକ୍ଷା ବାହିନୀର ପାସିଙ୍ଗ ଆଉଟ ପରେଡ

mahabharatanews

ଭିନ୍ନ ଢଙ୍ଗରେ ବିବାହ ବାର୍ଷିକ ପାଳନ କଲେ କର୍ମକାର ଦମ୍ପତି

mahabharatanews

ଦୁଇ ସେବାୟତ ନିଯୋଗ ମଧ୍ୟରେ ବିବାଦ

mahabharatanews