ଓଡିଶା

ଶିଶୁ ଉପରେ ଚଢିଗଲା କାର

(ମହାଭାରତ, ଚୌଦ୍ୱାର): ଚୌଦ୍ୱାର ଥାନା କରଞ୍ଜି ଛକ ଠାରେ ଏକ ଦୁଃଖଦ ଘଟଣା ଘଟିଛି । ରାସ୍ତା କଡରେ ଏକ ଶିଶୁ ଠିଆ ହୋଇଥିବା ବେଳେ ଅଚାନକ କେଉଁଆଡୁ ଏକ କାର ଦ୍ରୁତଗତିରେ ଆସି ଶିଶୁ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁଟି ସ୍ଥାନୀୟ ଗେଡୁଧରା ଗାଁର ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଶିଶୁଟି ରାସ୍ତା କଡରେ ଥିବା ବିଲରେ କାମ କରୁଥିବା ନିଜ ବାପାଙ୍କୁ ଖାଇବାକୁ ଦେଇ ରାସ୍ତା ପାର ହେଉଥିବା ବେଳେ ଏକ କାର ଦ୍ରୁତ ଗତିରେ ଆସି ତାକୁ ଧକ୍କା ମାରି ପଳାଇ ଯାଇଥିଲା । ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି । ଉତ୍ତ୍ୟକ୍ତ ଲୋକେ କରଞ୍ଜି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଟାଙ୍ଗୀ-କପିଳାସ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Related posts

କୁଟୁରାପାଲିର ଜୁଆ ଅଡ୍ଡାରେ ଚଢ଼ାଉ, ୧୭ ଯୁଆଡ଼ି ଗିରଫ

mahabharatanews

ଭୋକରେ ଜୀବନ ଦେଲା, ହେଲେ ନିଜ ଛୁଆଙ୍କୁ ଖାଇଲା ନାହିଁ

mahabharatanews

ନିକୁଞ୍ଜ ଧଳଙ୍କୁ ଗ୍ରିଡକୋର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର

mahabharatanews