ଓଡିଶା

ଶେରଗଡ ପୁଲିସ ହାତରେ ଆଉ ଜଣେ ଚୋରା ଗୁଟୁଖା ବେପାରି

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ପୁଣି ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକରେ ଚୋରା ଗୁଟଖା ଓ ଖଇନି କାରବାର । ସୂଚନା ମୁତାବକ ସେରଗଡ଼ ପୋଲିସ ତହସିଲ ରୋଡରେ ଥିବା ଏକ ଘରୁ ବିପୁଳ ପରିମାଣର ଗୁଟ୍ଖା ଓ ଖଇନି ଜବତ କରିଛି। ଜଣେ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣର ଗୁଟ୍ଖା ମହଜୁଦ୍ ଥିବା ଖବର ପାଇ ଶେରଗଡ ତହସିଲଦାର ଡ. ଦୟାସିନ୍ଧୁ ପରିଡା, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ସଦଳବଳ ଚଢାଉ କରିଥିଲେ। ଉକ୍ତ ଘରୁ ୫୧ ବସ୍ତା ଗୁଟଖା ଓ ଖଇନି ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ତହସିଲଦାର କହିଛନ୍ତି। ନଂ.୫୧/୨୦ରେ ମାମଲା ରୁଜୁକରି ପୋଲିସ ଘର ମାଲିକଙ୍କ ପୁଅଙ୍କୁ ଅଟକ ରଖିଛି ବୋଲି ସୂଚନା ମିଳିଛି ।

Related posts

ଓଡ଼ିଶା ଜଙ୍ଗଲରେ କଳା ମହାବଳ ପରିବାର

mahabharatanews

ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି

mahabharatanews

ସାଂସଦଙ୍କ ଶିକ୍ଷାନୁଷ୍ଠାନ ପ୍ରୀତି ନଷ୍ଟ କଲା ୬ ଲକ୍ଷ ଜୀବନ

mahabharatanews