ଓଡିଶା

ପ୍ରବାସୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଢ଼ିମିରିଆ ଛକ ନିକଟରେ ବୁଧବାର ସକାଳେ ତାମିଲନାଡୁରୁ ପ୍ରବାସୀ ଙ୍କୁ ନେଇ ଯାଉଥିବା ସମୟ ରେ ବସ୍ଟି ଟ୍ରକକୁ ପଛରେ ପିଟି ଦେଇଥିଲା। ଏଥିରେ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଆଲି ମିଦା (୩୦), ଖୁର୍ସିଦ୍ ସେଖ (୫୨) ଓ ମିଜାରୁଲ ମିଦା (୩୫)। ଆଲି ମିଦାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଡ଼ାକ୍ତରଖାନାରେ ପହଁଚି ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ଖଲ୍ଲିକୋଟ ପୋଲିସ ବସ୍ ଓ ଟ୍ରକକୁ ଜବତ କରିଥିବା ସୂଚନା ମିଳିଛି ।

Related posts

ବୃଦ୍ଧି ହେଲା ଆଶାକର୍ମୀଙ୍କ ମାସିକ ଦରମା

mahabharatanews

ଗ୍ରୀଷ୍ମପ୍ରବାହ :୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଚାଷ ଜମିରୁ ଶରୀର ଉଦ୍ଧାର ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ

mahabharatanews