Uncategorized

ଶୋଫିଆନା: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ସାରା ବିଶ୍ୱ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ । ଏପରି ସମୟରେ ପାକିସ୍ତାନ ନିଜ ଅଭ୍ୟାସରୁ କ୍ଷାନ୍ତ ହେଉନାହିଁ । ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଭାରତ ମଧ୍ୟକୁ ଆତଙ୍କବାଦୀ ଅନୁପ୍ରବେଶରେ ବ୍ୟସ୍ତ । ଏପରି କିଛି ଆତଙ୍କବାଦୀଙ୍କ ସହ ଶୁକ୍ରବାର ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ବିଶ୍ୱସ୍ତ ସୂତ୍ରରୁ ଶୋଫିଆନ ଜିଲା ଦାଇରୁ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସେନାଙ୍କୁ ମିଳିଥିଲା। ଏହାପରେ ଜମ୍ମୁ-କଶ୍ମୀର ପୋଲିସ, ସେନା ଓ ସିଆରପିଏଫ୍‌ ଯବାନ ମିଳିତଭାବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ କରିଥିଲେ। ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଦେଖି ଆତଙ୍କବାଦୀମାନେ ପ୍ରଥମେ ଆଖିବୁଜା ଗୁଳିଚାଳନା କରିଥିଲେ। ଫଳରେ ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ଟଳିପଡ଼ିଥିଲେ। ଅପରପକ୍ଷେ ଅନ୍ୟ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି। ଏବେ ବି ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଛି ।

Related posts

ବୁଦ୍ଧଙ୍କ ଆଦର୍ଶରେ ରହିଛି ସାମ୍ପ୍ରତିକ ଚ୍ୟାଲେଞ୍ଜକୁ ପ୍ରତିହତ କରିବାର ବାଟ: ମୋଦି

mahabharatanews

ବିୟର କାରଖାନାରେ ଗୁଳିକାଣ୍ଡରେ ୬ ମୃତ

mahabharatanews

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ବିଳମ୍ବ ହେବ

mahabharatanews