ଅପରାଧଓଡିଶା

ଶ୍ରେଣୀ କକ୍ଷରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତଦେହ

ପାରଳାଖେମୁଣ୍ଡି: ରାଜ୍ୟରେ ଦିନକୁ ଦିନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ସଂପ୍ରତି ପ୍ରତିଯୋଗିତାମୂଳକ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଫଳକୁ ନେଇ ହେଉ କିମ୍ବା ସିନିୟରମାନଙ୍କ ର୍ୟାଗିଂ ନେଇ ହେଉ ଅତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁସାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏକ ଶ୍ରେଣୀ କକ୍ଷରୁ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରଳାଖେମୁଣ୍ଡିରେ ଗଜପତି ସ୍କୁଲ ଅଫ ନର୍ସିଂ କଲେଜର ଶ୍ରେଣୀ କକ୍ଷରୁ ବିଏସି ନର୍ସିଂ ପ୍ରଥମ ବର୍ଷର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ମାସକ ତଳେ ବିଜେବି କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ତାଙ୍କୁ ହଷ୍ଟେଲରେ ସିନିୟରମାନେ ରାଗିଂ କରିଥିବା ନେଇ ନିଜ ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ।

Related posts

ହଇଜା ସଂକ୍ରମଣ ଉଦ୍‌ବେଗଜନକ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି 

mahabharatanews

ବିଜେପି ଛାଡିଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

mahabharatanews

ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ୨୦୨୫ ଅନୁଷ୍ଠିତ

mahabharatanews