ଓଡିଶା

ବିଜେପି ଛାଡିଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

(ଭୁବନେଶ୍ୱର) : ବିଜେପିରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ବିଜେପି ରାଜୁଙ୍କୁ ସୋରରୁ ପ୍ରାର୍ଥୀ କରି ଟିକେଟ୍ ଫେରାଇ ନେଇଥିଲା । ଯାହା ପରେ ସେ ଅସନ୍ତୋଷ ହୋଇ ଦଳ ଛାଡିଥିବା କୁହାଯାଉଛି ।

ସୂଚନାନୁଯାୟୀ , ବହୁ ପୂର୍ବରୁ ବିଜେପି ସୋର ବିଧାନସଭା ଆସନ ପାଇଁ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା । ତେବେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ପର୍ଶୁରାମ ଧଡାଙ୍କୁ ସୋରରୁ ପ୍ରାର୍ଥୀ କରିଛି । ପର୍ଶୁରାମ ଧଡା ନୋମିନେସନ କରିବା ଆଗରୁ ରାଜେନ୍ଦ୍ର ଦାସ ଆସି ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନୋମିନେସନ କରିସାରିଥିଲେ । ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ସ୍ପଷ୍ଟ କରିଥିଲେ ଯେ ସୋରର ବିଜେପି ବିଧାୟକ ପ୍ରାର୍ଥୀ ହେଉଛନ୍ତି ପର୍ଶୁରାମ ଧଡା ।

Related posts

ଲକଡାଉନରେ ଡ୍ରାଇଭରଙ୍କ ଅବସ୍ଥା ଶୋଚନୟ ସରକାର ଆର୍ଥିକ ସାହାଯ୍ୟ ଦେବାକୁ ଦାବୀ

mahabharatanews

୨୩ ଜିଲ୍ଲାରୁ ୪୯୪ କରୋନା ପଜିଟିଭ ଚିହ୍ନଟ, ୧୫ ହଜାର ଟପିଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

 ଆରମ୍ଭ ହେଲା ପୁରୀରୁ ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍

mahabharatanews