Uncategorized

ଷ୍ଟାଲିନଙ୍କ ସମେତ ୮ ହଜାର ଲୋକଙ୍କ ବିରୋଧରେ ଅଭିଯୋଗ ଦାଖଲ

(ଚେନ୍ନାଇ): ସିଏଏକୁ ବିରୋଧ କରି ଆନ୍ଦୋଳନ କରୁଥିବା ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନଙ୍କ ସମେତ ୮ ହଜାର ଲୋକଙ୍କ ବିରୋଧରେ ଚେନ୍ନାଇ ପୋଲିସ ମଙ୍ଗଳବାର ମାମଲା ରୁଜୁ କରିଛି । ଗତକାଲି ଡିଏମକେ ପକ୍ଷରୁ ଚେନ୍ନାଇରେ ସିଏଏ ବିରୋଧରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ତେବେ ଏଥିପାଇଁ ଚେନ୍ନାଇ ପୋଲିସ ଅନୁମତି ଦେଇ ନଥିଲା । ଏହା ସତ୍ତେ୍ୱ ଷ୍ଟାଲିନ, ଏମଡିଏମକେ ମୁଖ୍ୟ ଭାଇକୋ, କଂଗ୍ରେସ ନେତା ଚିଦାମ୍ବରମ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ହଜାର ହଜାର ଲୋକ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରିଥିଲେ । ତେବେ ବିନା ଅନୁମତିରେ ରାଲି କରିଥିବାରୁ ପୋଲିସ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କୁ ଷ୍ଟାଲିନ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ସିଏଏକୁ ବିରୋଧ କରାଯାଉଛି । ବିଜେପି ଓ ତାମିଲମାନେ ଏହାକୁ ସମର୍ଥନ କରୁନଥିବା ବିଜେପି ଓ ଏଆଇଡିଏମକେ ସରକାର ଜାଣି ପାରୁଥିବେ । ଏହି ଆଇନକୁ ରଦ୍ଧ କରିବା ଯାଏ ଏଭଳି ଆନ୍ଦୋଳନ କରିବୁ ବୋଲି ସେ କହିଛନ୍ତି ।

Related posts

ୟେସ ବ୍ୟାଙ୍କ ଦୁର୍ନୀତି: ରାଣାଙ୍କ ସମେତ ପତ୍ନୀ, ୩ ଝିଅଙ୍କ ନାମରେ ଏଫଆଇଆର

mahabharatanews

ପ୍ୟାରିସରେ ନିର୍ମାଣ ହେଲା ଇଣ୍ଡିଆ ହାଉସ୍

mahabharatanews

ଭୀମ ଆର୍ମୀ କର୍ମକର୍ତ୍ତା ବୈଠକକୁ ମିଳିଲା କୋର୍ଟଙ୍କ ସ୍ୱୀକୃତି

mahabharatanews