Uncategorized

ସଂକ୍ରମଣ ନେଇ ଆଗାମୀ ଲକଡାଉନରେ ଲାଗିବ କଟକଣା

ନୂଆଦିଲ୍ଲୀ: ଆସନ୍ତାକାଲି ୨୧ ଦିନର ଲକ୍ଡାଉନ୍ ଅବଧି ଶେଷ ହେବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଲକ୍ଡାଉନ୍କୁ ନେଇ ଆଲୋଚନା କରିଥିଲେ । ଲକ୍ଡାଉନ୍ ଅବଧି ବଢାଇବା ପାଇଁ ଅଧିକାଂଶ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ମୋଦୀ ମଧ୍ୟ ଲକ୍ଡାଉନ୍ ବଢାଇବା ନେଇ ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି । ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ କରୋନା ମୁକାବିଲା ପାଇଁ ସରକାର ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ସରକାର ଦେଶକୁ ରେଡ୍, ଅଂରେଜ ଏବଂ ଗ୍ରିନ୍ ଜୋନରେ ବିଭକ୍ତ କରିବାପାଇଁ ଯୋଜନା କରିଛନ୍ତି । କରୋନା ସଂକ୍ରମଣର ମାତ୍ରା ଅନୁଯାୟୀ ବିଭିନ୍ନ ଅଞ୍ଚଳକୁ ରେଡ୍, ଅଂରେଜ୍ ଏବଂ ଗ୍ରିନ୍ ଜୋନରେ ବିଭକ୍ତ କରାଯିବ ।

ଯେଉଁ ସ୍ଥାନରେ ସଂକ୍ରମଣ ସବୁଠୁ ଅଧିକ ରହିଥିବ ଏବଂ ଅଧିକାଂଶ ଅଞ୍ଚଳ ହଟସ୍ପଟ୍ ଘୋଷଣା ହୋଇଥିବ ସେହି ସ୍ଥାନକୁ ରେଡ୍ ଜୋନରେ ପରିଣତ କରାଯିବ । ରେଡ୍ ଜୋନରେ କୌଣସି କାର୍ଯ୍ୟ ପାଇଁ ଅନୁମତି ମିଳିବନି । ଯେଉଁଠାରେ ସଂକ୍ରମଣର ମାତ୍ରା ଅପେକ୍ଷାକୃତ କମ୍ ରହିଥିବ ସେଠାରେ ଆଂଶିକ କଟକଣା ଲାଗୁ ହେବ । ଅଂରେଜ୍ ଜୋନରେ ଖୁବ୍ କମ୍ ଗାଡ଼ି ଚଳାଚଳ ପାଇଁ ଅନୁମତି ମିଳିବ ଏବଂ •ଷ କାର୍ଯ୍ୟ ପାଇଁ ବି ଅନୁମତି ମିଳିବ । ଗ୍ରିନ୍ ଜୋନରେ ଆଦୌ ସଂକ୍ରମଣ ନଥିବ । ତେଣୁ ଏଠାରେ ବିଶେଷ କିଛି କଟକଣା ରହିବ ନାହିଁ । ଏହି ଗ୍ରିନ୍ ଜୋନ୍ ଅଧୀନରେ ଆସୁଥିବା ଏମ୍ଏସଏମ୍ଇ ଶିଳ୍ପସଂସ୍ଥା ଗୁଡ଼ିକ କାର୍ଯ୍ୟକ୍ଷମ ରହିବ ଏବଂ ଏଠାରେ କର୍ମ•ରୀମାନଙ୍କୁ ସାମାଜିକ ଦୂରତ୍ୱ ଅବଲମ୍ବନ କରି କାମ କରିବାର ଅନୁମତି ମିଳିବ । ଗ୍ରିନ୍ ଏବଂ ଅଂରେଜ୍ ଜୋନ୍ ଅଧୀନରେ ଉପଯୁକ୍ତ ସାମାଜିକ ଦୂରତ୍ୱ ରଖି କୃଷି କାର୍ଯ୍ୟ ପାଇଁ ଅନୁମତି ମିଳିବ । କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରେନ୍ ସେବା ଏବଂ ଘରୋଇ ବିମାନ ସେବା ମଧ୍ୟ ଆରମ୍ଭ ହେବ । ଦିଲ୍ଲୀରେ ୩୦ ପ୍ରତିଶତ ଯାତ୍ରୀଙ୍କ ପାଇଁ ମେଟ୍ରୋ ସେବା ଆରମ୍ଭ ହେବ ବୋଲି କୁହାଯାଉଛି ।

Related posts

ଷ୍ଟାଲିନଙ୍କ ସମେତ ୮ ହଜାର ଲୋକଙ୍କ ବିରୋଧରେ ଅଭିଯୋଗ ଦାଖଲ

mahabharatanews

ମେ ୩୧ ପର୍ଯ୍ୟନ୍ତ ଚେନ୍ନାଇକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ତାମିଲନାଡୁ ସରକାରର ଅନୁରୋଧ

mahabharatanews

ଚୀନରେ କୋରୋନୋ ଭୂତାଣୁ ସଂକ୍ରମଣ: ୧୩୯ ସଂକ୍ରମିତ

mahabharatanews