Uncategorized

ସଂକ୍ରମିତ ବିଚାରପତିଙ୍କ କ୍ୱାରେଣ୍ଟାଇନ ପାଇଁ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ ସୁପ୍ରିମ କୋର୍ଟ ସମେତ ବହୁ କୋର୍ଟର ବିଚାରପତି ମଧ୍ୟ ସଂକ୍ରମିତ ହେଲେଣି । ବିଚାରପତିଙ୍କ ସଂକ୍ରମଣ ବୃଦ୍ଧି ପରେ ଦିଲ୍ଲୀ ସରକାର ରାଜଧାନୀରେ ସଂକ୍ରମିତ ବିଚାରପତିଙ୍କ କ୍ୱାରେଣ୍ଟାଇନ ପାଇଁ ନୂଆ ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲକୁ ସରକାର ବିଚାରପତିଙ୍କ କ୍ୱାରେଣ୍ଟାଇନ ପାଇଁ ବୁକ କରିଛନ୍ତି । ଏଥିରେ ବିଚାରପତି ତଥା ତାଙ୍କ ପରିବାର ବର୍ଗ କ୍ୱାରେଣ୍ଟାଇନରେ ରହିବେ । ଚାଣକ୍ୟପୁରୀ ଏସଡିଏମ ଏନେଇ ଆଦେଶ ଜାରି କରିଛନ୍ତି ।
ପ୍ରାଇମ୍ସ ହସ୍ପିଟାଲ ପକ୍ଷରୁ ସମସ୍ତ କ୍ୱାରେଣ୍ଟାଇନ ରୋଗୀଙ୍କ ଚିକିତ୍ସା କରାଯିବ । ଡାକ୍ତର, ନର୍ସ ଓ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା କାମ ମଧ୍ୟ ହସ୍ପିଟାଲ ବୁଝିବ । ଖାଦ୍ୟ ଓ ସଫାସୁତୁରା ହୋଟେଲ ପକ୍ଷରୁ ବୁଝାଯିବ । କରୋନା ସଂକ୍ରମଣ ବଢୁଥିବାରୁ ହାଇକୋର୍ଟଙ୍କ ପକ୍ଷରୁ ଏହି ଅନୁରୋଧ କରାଯାଇଥିଲା । ଏହାପରେ ପ୍ରଶାସନ ଚାଣକ୍ୟପୁରୀରେ ଏକ ହୋଟେଲକୁ କୋଭିଡ୍ କେୟାର ସେଣ୍ଟର କରିବାକୁ ନିଷ୍ପତ୍ତି ନେଇଥିଲା ।

 

Related posts

ରବିନା, ଫାରହା, ଭାରତୀଙ୍କ ବିରୋଧରେ ମାମଲାର ଶୁଣାଣି ୨୫ରେ

mahabharatanews

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ନିଷ୍ପତ୍ତି ଠିକ: ସୁପ୍ରିମ କୋର୍ଟ

mahabharatanews

ପୂର୍ଣ୍ଣ ଦରମା ପାଇଁ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଉପରେ ଜବାବ ମାଗିଲେ ସୁପ୍ରିମ କୋର୍ଟ

mahabharatanews