ଓଡିଶା

ମେ ୩୧ ପର୍ଯ୍ୟନ୍ତ ଚାଲିବ ସ୍କୁଲ ନାମଲେଖା

ଭୁବନେଶ୍ଵର: ରାଜ୍ୟରେ ଏପ୍ରିଲ ୨୭ ତାରିଖରୁ ସମସ୍ତ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡିକରେ ନାମଲେଖା ଆରମ୍ଭ ହେବାକୁ ଯାଉଛି । ଏ ନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ଡିପିସିଙ୍କୁ ଚିଠି କରିଛନ୍ତି। ନାମଲେଖା ଆସନ୍ତା କାଲିଠାରୁ ମେ ୩୧ ତାରଇ ପର୍ଯ୍ୟ ଚାଲିବ ।
ପ୍ରତ୍ୟେକ କାର୍ୟ୍ୟ ଦିବସର ସକାଳ ୭ଟାରୁ ପୂର୍ବାହ୍ନ ସାଢ଼େ ୯ଟା ପର୍ୟ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁ ରହିବ। ଏକ ସମୟରେ ୫ ଜଣରୁ ଅଧିକ ଅଭିଭାବକ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି। ନାମଲେଖା ସମୟରେ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ମଧ୍ୟ ଚିଠିରେ ନିର୍ଦେଶ ଦିଆଯାଇଛି। ତେବେ ନାମଲେଖା ସମ୍ପର୍କରେ ‘ଶିକ୍ଷା ସଂଯୋଗ’ ହ୍ବାଟ୍ସଆପ୍ ଗ୍ରୁପ ଜରିଆରେ ଅଭିଭାବକମାନଙ୍କୁ ସୂଚନା ଦେବାକୁ କୁହାଯାଇଛି।

 

Related posts

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ ଓ ଶାଶୁ ଗିରଫ

mahabharatanews

ଭାସିଗଲା ଯବାନଙ୍କ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୩୦ ଯବାନ

mahabharatanews

ସନ୍ଦେହ ଜନକ ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

mahabharatanews