ଓଡିଶା

ସଂଗରୋଧ କେନ୍ଦ୍ରରେ ଅସୁସ୍ଥ ହୋଇଥିବା ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବାଲିଗୁଡା: ସଂଗରୋଧ କେନ୍ଦ୍ରରୁ ଅସୁସ୍ଥତା କାରଣରୁ ଭୁବେନଶ୍ୱର ଆସି ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକରେ ଥିବା ସଂଗରୋଧ କେନ୍ଦ୍ରରେ ଜଣେ ବୃଦ୍ଧ ଅନ୍ତେବାସୀ ଅସୁସ୍ଥ ହୋଇପଡିଥିଲେ । ବୃଦ୍ଧାଙ୍କୁ ତୁରନ୍ତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ଘଟିଛି । ସଂଗରୋଧ କେନ୍ଦ୍ରରେ ଖାଇବା ପିଇବାରେ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ।
ଗତ ୨୭ ତାରିଖରେ ତୁମୁଡିବନ୍ଧ ଥାନା ଅଞ୍ଚଳର ମାଲିକାପଡାର ଜନୈକ ବୃଦ୍ଧ ବ୍ୟକ୍ତି ସଂଗରୋଧ କେନ୍ଦ୍ରରେ ରହିଆସୁଥିବା । ତେବେ ସେଠାରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅତ୍ୟଧିକ ଗୁରୁତର ହେବାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତକାଲି ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଖାଦ୍ୟପେୟ ତଥା ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ୍ୟୁର ୨୪ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପରିବାରଲୋକଙ୍କୁ ଶବ ହସ୍ତାନ୍ତର ନକରାଯିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କ୍ଷତିପୂରଣ ଦାବିରେ ସଂଗରୋଧ କେନ୍ଦ୍ରରେ ପରିବାର ପକ୍ଷରୁ ପ୍ରତିବାଦ କରାଯାଇଛି ।

Related posts

ଟ୍ରକ୍ ଦୂର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

mahabharatanews

ସ୍ୱର୍ଗଦ୍ୱାରରେ ଶବଦାହ କଟକଣା ମାସେ ବଢିଲା

mahabharatanews

ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଲା ବିଜେଡି

mahabharatanews